ଗରଦପୁର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଏକ ଭିନ୍ନକ୍ଷମ ଋଣ ଆବେଦନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ସ୍ୱାଭିମାନ କାର୍ଯ୍ୟକ୍ରମ ଅଧିନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଗରଦପୁର ବିଡ଼ିଓ ଧରଣୀଧର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ବ୍ଲକ୍ ର ସାମାଜିକ କଲ୍ୟାଣ ଅଧିକାରୀ ଖଗେଶ୍ୱର ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ଶତାଧିକ ଭିନ୍ନକ୍ଷମ ଯୋଗଦେଇ ଋଣ ପାଇବା ପାଇଁ ଆବେଦନ କରିଥିଲେ । କାଗଜାତ ମଧ୍ୟ ଦାଖଲ କରିଥିଲେ । ଉଲେଖନୀୟ ଏହିକି ଭିନ୍ନକ୍ଷମ ମାନଙ୍କୁ ସମାଜରେ ସଶକ୍ତ କରାଇବା ପାଇଁ ସରକାରଙ୍କ ତରଫରୁ ସ୍ୱାଭିମାନ ନାମରେ ଏକ ଯୋଜନା ହାତକୁ ନିଆଯାଇଛି । ଏହି ଋଣ ଯୋଜନା ଅଧିନରେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ପାଇଁ ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ୧୫ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ୪ ପ୍ରତିଶତ ସୁଧରେ ଋଣ ପ୍ରଦାନ କରାଯାଇ ପାରିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର