ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ବିଶ୍ୱ ସ୍ତନ କର୍ଳଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ହେଟ୍ରୋ ହେଲ୍ଥ କେୟାର୍ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍ ର ମିଳିତ ସହଯୋଗରେ ସ୍ତନ କର୍କଟ ଦିବସ ଅବସରରେ ସ୍ପର୍ଶ ହସ୍ପିଟାଲରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ସାଧାରଣତଃ ସବୁ କର୍ଳଟ ରୋଗଠାରୁ ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗ ଦ୍ୱାରା ହେଉଥିବା ମହିଳାଙ୍କ ମୃତୁ୍ୟ ହିଁ ପ୍ରମୁଖ କାରଣ ଅଟେ । ଏହି ସଚେତନତା କାର୍ଯ୍ୟକ୍ରମରେ ଚିକିତ୍ସିତ ହେଉଥିବା ରୋଗୀ, ସୁସ୍ଥ ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନ ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିଲା । କର୍ଳଟ ବିଶେଷଜ୍ଞଙ୍କ ମତରେ ଯଦି ରୋଗ ପ୍ରଥମାବସ୍ଥାରେ ଜଣାପଡ଼ିଥାଏ ତାହେଲେ ରୋଗକୁ ଭଲ କରିହେବ । ସେଥିପାଇଁ କିଛି ସାବଧାନତା ଏବଂ ସଚେତନତାର ଆବଶ୍ୟକ । ଯଦି ସ୍ତନରେ ଗେଟା ହେବା, ଅସ୍ଥିରତା ଦେଖାଦେବା, କିଛି ଯଦି କଷ୍ଟ ଅନୁଭବ କଲେ, ରକ୍ତ କ୍ଷରଣ ହେଲେ, ଲାଲ୍ ଦେଖାଗଲେ ଏବଂ ଯଦି ରୋଗ ବଂଶାନୁକ୍ରମ ହୋଇଥିବ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ଏଥି ସହିତ ଯଦି ବର୍ତମାନ ଜୀବନ ଶୈଳୀରେ ପରିବର୍ତନ ତଥା ମଦ୍ୟପାନ, ମାତ୍ରାଧିକ ଧୂମ୍ରପାନ, ବ୍ୟାୟାମର ଅଭାବ, ଉଚ୍ଚରକ୍ତଚାପ ଥିଲେ, ମାତ୍ରାଧିକ ଜଙ୍କ୍ ଫୁଡ୍ ଖାଇଲେ, ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳାମାନଙ୍କ ପାଖରେ ଏହି ରୋଗ ଦେଖାଦେବାରେ ସମ୍ଭାବନା ଥାଏ । ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ କର୍କଟ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ, କର୍କଟ ଶଲ୍ୟ ଚିକିତ୍ସକ ଡାକ୍ତର ଦୀପକ ରାଉତରାୟ, ଲାପାରାସ୍କୋପିକ୍ ଏବଂ କର୍ଳଟ ଚିକିତ୍ସକ ଡାକ୍ତର ମାଧୁରୀ ପଟ୍ଟନାୟକ, ନିଦାନବିଦ୍ ଡାକ୍ତର ସୁତପା ବିଶ୍ୱାସ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନ୍ସର ଫାଉଣ୍ଡେସନର ସଭାଧ୍ୟକ୍ଷ ଡାକ୍ତର ସୂର୍ଯ୍ୟନାରାୟଣ ବେହେରା ଏବଂ ସମ୍ପାଦକ ସୁଚିସ୍ମିତା ପୃଷ୍ଟି ଉପସ୍ଥିତ ରହି ରୋଗୀଙ୍କୁ ସଚେତନ କରାଇଥିଲେ । ଓଡ଼ିଶା ସମାଚାର
