ଗରଦପୁର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା କରାଯାଉଥିବାବେଳେ ଗତକାଲି ଗରଦପୁର ବ୍ଲକ୍ରେ ବିଜେପି ପକ୍ଷରୁ ଏହି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗରଦପୁର ବ୍ଲକ୍ର ୩ଟି ଜୋନ୍ରୁ ଏହି ଗାନ୍ଧୀ ସଂକଳ୍ପ ଶୋଭାଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ୯ ନଂ ଜୋନ୍ ର ତଳକୁସୁମା ଚାରିଛକ ଠାରୁ ଶୋଭାଯାତ୍ରା ଆରମ୍ଭ କରାଯାଇଥିବାବେଳେ ୧୦ ନଂ. ଜୋନ୍ ର ମାହାଳ ଠାରୁ ଓ ୧୧ ନଂ. ଜୋନ୍ ର ଗରଦପୁର ଠାରୁ ଶୋଭାଯାତ୍ରା ଆରମ୍ଭ କରାଯାଇ କଳାବୁଦା ଶନି ମନ୍ଦିର ପରିସରରେ ପହଂଚିଥିଲେ । ଏହି ତିନୋଟି ଶୋଭାଯାତ୍ରା ପହଂଚିବା ପରେ ବିଜେପି ପକ୍ଷରୁ ଶନି ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି ନେତା ନାରାୟଣ ପ୍ରସାଦ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦୁର୍ଯେ୍ୟାଧନ ସାହୁ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ଗଗନ ବିହାରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ଗଣେଶ ସାମଲ, ପ୍ରାକ୍ତନ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ଦ୍ୱିବେଦୀ, ବିଜେପି ନେତା ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅହିଂସା, ସ୍ୱଚ୍ଛ ଭାରତ ଅଭିଯାନ, ପଲିଥିନ୍ ବର୍ଜନ, ନିଶା ନିବାରଣ, ବୃକ୍ଷରୋପଣ ଓ ଦୁର୍ନିତିମୁକ୍ତ ଭାରତ ଗଠନ ଇତ୍ୟାଦି ଉପରେ ବକ୍ତାମାନେ ନିଜ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ରେବତୀ ଶତପଥୀ, ବିଜେପି କୃଷକ ନେତା ବିକ୍ରମ ରାଉତରାୟ, ସାନଅଢଙ୍ଗା ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ, ବିଜେପି ନେତା ବିଜୟ ନାୟକ, ରଂଜିତ୍ ଆଚାର୍ଯ୍ୟ, ଅଂଜନ ଦେବତା, ସୁଧିର ସାମଲ, ବିଭୂତି ପରିଡା, ସଞ୍ଜୟ ସ୍ୱାଇଁ, ପ୍ରଦୀପ ରାଉତ ପ୍ରମୁଖ ମଧ୍ୟ ସଂକଳ୍ପ ଯାତ୍ରାର ଉଦ୍ଧେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଷିତିଶ ଦାସ, ପ୍ରଶାନ୍ତ ସିଂ, ବିଜୟ ବାରିକ, ବିଚିତ୍ର ସାହୁ, ପିତାମ୍ବର ସାହୁ, ପ୍ରମୋଦ ନାୟକ, ଅଟଳ ଦାସ, ସୁକାନ୍ତ ନାୟକ, ଅମୂଲ୍ୟ ସ୍ୱାଇଁ, ଗୋଲକ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲାବେଳେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
