ଖୋର୍ଦ୍ଧା, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ଟାଙ୍ଗିଆପଡ଼ା ପଂଚାୟତ ବିଜୁ ଯୁବବାହିନୀ ପକ୍ଷରୁ ରକ୍ଷକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ମୁଖ୍ୟ ଉପଦେଷ୍ଟା ଗୋପାଳକୃଷ୍ଣ ପ୍ରଧାନ, ନାୟବ ସରପଂଚ ଆକାଶ କୁମାର ବିଶ୍ୱାଳଙ୍କ ସମେତ ଯୁବବାହିନୀର ସଦସ୍ୟମାନେ ଗୁରୁଜଙ୍ଗ ଓ ଛତାବରର ମୁଖ୍ୟ ରାସ୍ତା ଉଇଲକିଶନ ନଗରଠାରେ ଯାଉଥିବା ଗାଡ଼ିଚାଳକମାନଙ୍କୁ ଅଟକାଇ ବିଭିନ୍ନ ଯାନବାହାନ ତଥା ବାଇକ ଓ କାର, ଅଟୋ, ଟ୍ରକ୍, ବସ ଚାଳକମାନଙ୍କୁ ହେଲମେଟ୍ ପିନ୍ଧିବା, ବେଲ୍ଟ ପିନ୍ଧିବା, ମୋବାଇଲରେ କଥା ହୋଇ ଗାଡ଼ି ନଚଳାଇବା, ମଦପିଇ ଦ୍ରୁତଗତିରେ ଗାଡ଼ି ଚାଳନା ନକରିବା ପରାମର୍ଶ ଦେବା ସହିତ ଚାଳକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ ନିୟମର ସୂଚନା ପତ୍ର ବଂଟନ କରିଥିଲେ । ସେହିପର ଟ୍ରାଫିକ୍ ନିୟମର କିଛି ସଚେତନତା ବାର୍ତା ଗାଁର ମୁଖ୍ୟ ରାସ୍ତାକଡ଼ରେ ଥିବା କାନ୍ଥମାନଙ୍କରେ ଲେଖାଯାଇଥିଲା । ଯାହାକି ସ୍ଥାନୀୟ ଅଂଚଳରେ ବେଶ ପ୍ରଭାବ ପକାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିଜୟ କୁମାର ପ୍ରଧାନ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ଦିଲ୍ଲୀପ କୁମାର ସାସମଲ, ସତ୍ୟବ୍ରତ ଦାସ, ଦୀପକ ସୁନ୍ଦରାୟ, ଝିଲି ପ୍ରଧାନ, ସଙ୍ଗୀତା ସାହୁ, ଜିତେନ୍ଦ୍ର ବହାରଣା, ଗୀତାଞ୍ଜଳି ବିଶ୍ୱାଳ, ସଙ୍ଗୀତା ବାରିକ, ସୁଚିସ୍ମିତା ମହାରଣା, ସମ୍ବିତ ପ୍ରଧାନ, ଅରୁଣ କୁମାର ପ୍ରଧାନ ସମେତ ଯୁବବାହିନୀର ଅନେକ ସଦସ୍ୟ ସାମିଲ ଥିଲେ । ଓଡ଼ିଶା ସମାଚାର