ଗରଦପୁର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ଚାଉଳିଆ ବାମରା ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ନନ୍ଦ ଆଜି ଅବସର ଗ୍ରହଣ କରୁଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉସôବରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସ୍ୱାଇଁ, ଶ୍ରୀଯୁକ୍ତ ଗୁରୁ ଚରଣ ମିଶ୍ର, ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଏବଂ ଅନ୍ତେଇ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଖତୁ ସାହୁ ପ୍ରମୁଖ ବିଦାୟୀ ଶିକ୍ଷକଙ୍କ ସମୟାନୁବର୍ତିତା, ପରୋପକାରିତା ଓ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇଥିଲା । ସଭାରେ ଉପସ୍ଥିତ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଏମ୍.ଡି.ୱାଇ.ଖାନ୍, ଦେବାଶିଷ ମିଶ୍ର, ବସନ୍ତ ସାମଲ, ଶିକ୍ଷୟତ୍ରୀ ଗୀତାଞ୍ଜଳୀ ନାୟକ, ନିହାରୀକା ସ୍ୱାଇଁ, ପ୍ରଫୁଲ୍ଲ କୁମାର ନାୟକ, ଆଲୋକ ରଞ୍ଜନ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ଦୋଳଗୋବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର