Tuesday , January 18 2022
Breaking News
Home / କୃଷି / ପହିଲାରୁ ଖରିଫ୍ ଧାନ ସଂଗ୍ରହ – ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ

ପହିଲାରୁ ଖରିଫ୍ ଧାନ ସଂଗ୍ରହ – ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ

ଭୁବନେଶ୍ୱର ,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ କିଣା କମିଟି ବୈଠକରେ ନିଷ୍ପତି ହୋଇଛି । ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ଧାନ କିଣାର ୪୮ ଘଂଟା ମଧ୍ୟରେ ଧାନର ମୂଲ୍ୟ ସମ୍ପୃକ୍ତ ଚାଷୀମାନଙ୍କର ବ୍ୟାଙ୍କ୍ ଖାତାରେ ସିଧାସଳଖ ଜମା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦକ୍ଷତା ଓ ଭିତିଭୂମି ଭିତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିଙ୍କୁ ଧାନ କିଣାରେ ସାମିଲ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ୯ଟି ଜିଲ୍ଲାରେ ପ୍ରାୟ ୧୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତିି ହୋଇଥିଲା । ଧାନ କିଣା ପ୍ରକ୍ରିୟାକୁ ମଧ୍ୟସ୍ଥ ଏବଂ ଟ୍ରେଡର ଦଲାଲ ମୁକ୍ତ ରଖିବା ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଚାଷୀଙ୍କ ଆଧାର ନମ୍ବର ଭିତିକ କରିବାକୁ ବୈଠକରେ ନିଷ୍ପତିି ହୋଇଥିଲା । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ବିର ବିକ୍ରମ ଯାଦବ ଜଣାଇଥିଲେ ଯେ ଚଳିତ ବର୍ଷ ଧାନ ବିକ୍ରୀ କରିବା ପାଇଁ ପି-ପାସ୍ ବ୍ୟବସ୍ଥାରେ ପ୍ରାୟ ୧୨.୩୫ •ଷୀ ପଞ୍ଜୀକୃତ ହୋଇଛନ୍ତି । ଚଳିତ ବର୍ଷ ଧାନ କିଣା ନଭେମ୍ବର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ •ଲିବ । ଧାନ କିଣାରେ କ୍ଷୁଦ୍ର ଓ ନାମମାତ୍ର •ଷୀ ଏବଂ ଭାଗଚାଷୀ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଚଳିତ ଋତୁରେ ୨୬୬୮ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ୍) ଏଥିରେ ସାମିଲ ହେବେ । କ୍ରୟ ପ୍ରକ୍ରିୟାକୁ ମଧ୍ୟ ଅନ୍ଲାଇନ୍ କରାଯିବ । କେବଳ ନିର୍ଭର ଯୋଗ୍ୟ ଇଂଟରନେଟ୍ ବ୍ୟବସ୍ଥା ନଥିବା ୧୨୫ଟି ପାକ୍ସ୍ରେ ଅଫ୍-ଲାଇନ୍ ବ୍ୟବସ୍ଥା ରହିବ ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ଋତୁରେ କଳାହାଣ୍ଡି ଜିଲ୍ଲାରେ ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କିଣାରେ ପରୀକ୍ଷାମୂଳକ ଭାବେ ସାମିଲ କରାଯାଇଥିଲା । ତାହାର ସଫଳତା ଭିତି ରେ ଚଳିତ ଋତୁରେ ବରଗଡ଼, ଭଦ୍ରକ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ୧୫୦ ଗୋଷ୍ଠୀଙ୍କୁ ସାମିଲ କରାଯିବ । ବୈଠକରେ ଧାନ କିଣାରେ ଅଂଶଗ୍ରହଣକାରୀ ମିଲର୍ମାନଙ୍କ ପାଇଁ ସର୍ତାବଳୀ ନିର୍ଦ୍ଧିଷ୍ଟ କରାଯାଇଥିଲା । ପୂର୍ବରୁ
ନେଇଥିବା ଧାନ ବାବଦରେ ୧୦୦ ପ୍ରତିଶତ ଚାଉଳ ଦେଇନଥିବା କିମ୍ବା ଯୋଗାଣ ନିଗମର ହିସାବପତ୍ର ବାକି ରଖିଥିବା ମିଲର୍ ମାନଙ୍କୁ ଚଳିତ ଋତୁରେ ଧାନ କିଣିବାକୁ ଅନୁମତି ଦିଆଯିବନାହିଁ । ସର୍ବନିମ୍ନ ସହାୟକ ମୂଲ୍ୟଭାବେ ସାଧାରଣ ଧାନର ମୂଲ୍ୟ କ୍ୱିଂଟାଲ୍ ପିଛା ୧୮୧୫ ଟଙ୍କା ଏବଂ ଏ-ଗ୍ରେଡ୍ ଧାନର ମୂଲ୍ୟ ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ କିଣା ପାଇଁ ୩୩୧୧ଟି ମଣ୍ଡି, ୨୫୯ଟି ଡିପୋ ଏବଂ ୧୩୦୦ ମିଲରଙ୍କୁ ତାଲିକା ଭୁକ୍ତ କରାଯାଇଛି ।
କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶାସନ ସଚିବ ବିର ବିକ୍ରମ ଯାଦବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ ମିଶ୍ର ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତିକେୟନ୍ ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *