Tuesday , October 26 2021
Breaking News
Home / ବିଶେଷ / ଡିଏଭି ପୋଖରୀପୁଟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଡିଏଭି ପୋଖରୀପୁଟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଡିଏଭି ପୋଖରୀପୁଟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି  । ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଲୌହମାନବ ସର୍ଦ୍ଧର୍ାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ  । ଛାତ୍ରଛାତ୍ରୀମାନେ ଏକତା ଦିବସର ମହତ୍ୱ ସମ୍ପର୍କରେ ଶପଥ ପାଠ କରିଥିଲେ  । ଏକ୍ ଭାରତ ଶ୍ରେଷ୍ଠ ଭାରତ ବିଷୟବସ୍ତୁ ଆଧାରରେ ଚିତ୍ରକଳା ଓ ପ୍ରବନ୍ଧ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ସ୍କାଉଟ୍, ଗାଇଡ୍, ଏନ୍ସିସି ଓ ରେଡ୍କ୍ରସ୍ର ବିଦ୍ୟାର୍ଥୀମାନେ ପ୍ରାୟତଃ ଦୁଇ କିଲୋମିଟର ପଥ ପରିକ୍ରମା କରି ଲୌହମାନବଙ୍କ ଆଦର୍ଶ ବାର୍ତାର ପ୍ରଚାର କରିଥିଲେ  । ସର୍ଦ୍ଧାର ପଟେଲ୍ ଙ୍କ ମହତ୍ ବାଣୀଗୁଡ଼ିକ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା  । ଛାତ୍ରଛାତ୍ରୀମାନେ ବିବିଧ ଭାଷା ସମନ୍ୱିତ ବୃନ୍ଦଗାନ ସୁଲଳିତ କଣ୍ଠରେ ଗାନ କରିଥିଲେ  । ବରିଷ୍ଠ ନିରୀକ୍ଷିକା /ନିରୀକ୍ଷକ ରଞ୍ଜନ କୁମାର ସ୍ୱାଇଁ, ସ୍ମରଣିକା ପଟ୍ଟନାୟକ, ପି. ଅନୁରାଧା, ସଙ୍ଘମିତ୍ରା ଶତପଥୀଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଝରଣା ମିଶ୍ରଙ୍କ ପୂର୍ଣ୍ଣ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *