Friday , October 22 2021
Breaking News
Home / ବିଶେଷ / ଜିଲ୍ଲା ବିଦୁ୍ୟତ୍ କମିଟି ବୈଠକ

ଜିଲ୍ଲା ବିଦୁ୍ୟତ୍ କମିଟି ବୈଠକ

କଟକ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଟକ ଜିଲ୍ଲା ବିଦୁ୍ୟତ୍ କମିଟି ବୈଠକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ଗ୍ରାମାଂଚଳକୁ ବିଦୁ୍ୟତକରଣ, ବିପିଏଲ ଗୃହକୁ ବିଦୁ୍ୟତ୍ ଯୋଗାଣ ତଥା ୩୩ କେଭି ଲାଇନ, ୧୧କେଭି ଲାଇନ, ଏଲ୍ଟି ଲାଇନ ବିଦୁ୍ୟତ ଯୋଗାଣ ଟ୍ରାନସଫର୍ମର ପ୍ରତିଷ୍ଠା ଏବଂ ଉନ୍ନତିକରଣ ସମ୍ଭନ୍ଧରେ ବିଷଦ ଆଲୋଚନା କରାଯାଇଥିଲା । ସେହିପରି ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା, ବିଜୁ ସହରାଂଚଳ ଯୋଜନା ଏବଂ ଦେଶୀ ଯୋଜନାରେ ଥିବା ବଳକା ଅର୍ଥକୁ କିପରି ବିନିଯୋଗ ହୋଇପାରିବ ଏବଂ ଏହି ଯୋଜନା ସମନ୍ଧୀୟ ୩୭୧ଟି ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏତଦବ୍ୟତୀତ, ବିଦୁ୍ୟତ ସେବା ସମ୍ବନ୍ଧୀୟ ବିଭିନ୍ନ ନିଷ୍ପତିି ନେବାପାଇଁ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନେଇ ଏକ ସବ୍ କମିଟି ଗଠନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାଂସଦ ଭର୍ତୃହରି ମହତାବ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ନିଆଳୀ ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *