Sunday , October 17 2021
Breaking News
Home / ବିଶେଷ / ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳିତ

ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳିତ

ପୁରୀ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୦ବର୍ଷ । ଏହି ଅବସରରେ ଓଡ଼ିଶା ଦୁର୍ବିପାକ ପ୍ରସ୍ତୁତି ଦିବସ ଓ ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସଦଭାବନା ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଳ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମାନସିକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ବାତ୍ୟା ଭଳି ଦୁର୍ବିପାକ ସମୟରେ ଠିକ୍ ସୂଚନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ପୂର୍ବ ପ୍ରସ୍ତୁତି ଦ୍ୱାରା କ୍ଷୟକ୍ଷତି ହ୍ରାସ ପାଇଥାଏ । ଦୁର୍ବିପାକ ପ୍ରସ୍ତୁତି ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବା ସହ ଫାନି ବେଳେ ସହଯୋଗ କରିଥିବା ୨୦୦ ଆପଦମିତ୍ରଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଡେପୁଟି କଲେକ୍ଟର ସୁମନ୍ତ କୁମାର କର, ଡେପୁଟି ଅଗ୍ନିଶମ ଅଧିକାରୀ ମନୋଜ ମହାପାତ୍ର, ଜରୁରିକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁକାନ୍ତ ଦାସ ଓ ସ୍ୱେଚ୍ଛାସେବୀ ସଂଗଠନ ‘ସୋଲାର’ର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ଦୁର୍ବିପାକ ପ୍ରସ୍ତୁତି ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ପ୍ରତୁ୍ୟଷରେ ସିଂହଦ୍ୱାରଠାରୁ ଏକ ଶୋଭାଯାତ୍ରା ବାହାରି ଗାନ୍ଧୀଘାଟ ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଗାନ୍ଧୀଘାଟରେ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ଦୁର୍ବିପାକ ସମୟରେ ଜୀବନରକ୍ଷା କୌଶଳ ସମ୍ପର୍କରେ ଅବଗତ କରାଯିବା ସହିତ ଏ ସଂକ୍ରାନ୍ତ ବିଭିନ୍ନ କୌଶଳ ପ୍ରଦର୍ଶିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *