ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଗସ୍ତରେ ଯାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ପୂଜାରୀପୁଟ ୟୁପି ସ୍କୁଲ ଅଚାନକ ପରିଦର୍ଶନ କରିଥିଲେ । କୋରାପୁଟ ଜିଲ୍ଲା ସଦର ମହକୁମା ସଦଭାବନା ଗୃହରେ ଅନୁଷ୍ଠିତ ହେଉଥିବା ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକରେ ଯୋଗଦେଇ ଶିକ୍ଷାର ସୁପରିଚାଳନା, ଠିକ୍ ସମୟରେ ରେଜଲ୍ଟ ପ୍ରକାଶ ଆଦି ସମ୍ପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତା ପ୍ରମୁଖଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟକ ରଘୁରାମ ପଡାଲ, ପୂର୍ଣ୍ଣଚନ୍ଦ୍ର ବାରୁ, ରଘୁନାଥ ଗମାଙ୍ଗ, ତାରାପ୍ରସାଦ ବାହିନୀ ପତି, ପ୍ରୀତମ ପାଢ଼ୀ, ଇଶ୍ୱର ପାଣୀଗ୍ରାହୀଙ୍କ ସମେତ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର