Friday , September 29 2023
Breaking News
Home / ତାଜା ଖବର / ଏସପି କଲେ ଷ୍ଟ୍ରିଙ୍ଗ ଅପରେସନ୍

ଏସପି କଲେ ଷ୍ଟ୍ରିଙ୍ଗ ଅପରେସନ୍

ନୟାଗଡ଼,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଏସପି କଲେ ଷ୍ଟ୍ରିଙ୍ଗ ଅପରେସନ୍ । ଏବେ ବି ଆରଟିଓ ଅଫିସ୍ କ୍ୟାମ୍ପସ ବାହାରେ ଚାଲିଛି ଦଲାଲି । ଆରଟିଓ ଅଫିସ ଭିତରୁ ଦଲାଲି ବନ୍ଦ ହୋଇଯାଇଥିବା କୁହାଯାଉଥିଲେ ମଧ୍ୟ ଏବେବି ଦଲାଲି ଚାଲିଛି । ଯଦି ଆରଟିଓ ଅଡଫିସ କୁ ଦଲାଲି ମୁକ୍ତ କରାଯାଇଛି ତେବେ ଏସପି ଯେଉଁ ଷ୍ଟିଙ୍ଗ ଅପରେସନ୍ ରେ ଦଲାଲ କୁ ଧରିବାରେ ସଫଳ ହୋଇଛନ୍ତି , ସେ ଦଲାଲ କେଉଁଠୁ ଏସବୁ କରାଇବା ପାଇଁ ରଖିଥିଲେ । ଆରଟିଓ ଅଫିସ ବାହାରେ ଦଲାଲି ଚାଲିଥିବା ସୂଚନା ପାଇ ନୟାଗଡ଼ ଏସପି ଶଶିଭୁଷଣ ଶତପଥି ସାଧା ପୋଷାକରେ ଆରଟିଓ ଅଫିସ ବାହାରେ ବୁଲୁଥିଲେ । ଆଟିଓ ଅଫିସ ଠାରୁ ଅଳ୍ପ ଦୂରରେ ବାପି ଇଂଟନେଟ୍ କ୍ୟାଫେ ଉପରେ ନଜର ରଖିଥିଲେ । ଶେଷରେ ବାପି ଇଂଟରନେଟ୍ କ୍ୟାଫେର ମାଲିକ ମୁରଲୀଧର ରାଉତ କୁ ଆରଟିଓ ଅଫିସ ନିକଟରେ ଦେଖି ତାକୁ ଧରିବା ପରେ ତା ପକେଟ ଓ ମୋଟରସାଇକେଲ ଡ଼ିକି ରୁ ୫୦ ହଜାର ରୁ ଅଧିକ ଟଙ୍କା ଓ ଆରଟିଓ ସମ୍ପର୍କିତ କାଗଜପତ୍ର ଜବତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *