Thursday , October 21 2021
Breaking News
Home / ବିଶେଷ / ଆବଶ୍ୟକତା ଦୃଷ୍ଟିରୁ ମିଳିବ ଅଧିକ ୧୦ ଲକ୍ଷ

ଆବଶ୍ୟକତା ଦୃଷ୍ଟିରୁ ମିଳିବ ଅଧିକ ୧୦ ଲକ୍ଷ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡ଼ିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡ଼ିକର ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ୍ ସୋସାଇଟି ଜରିଆରେ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଂଠିରୁ ପ୍ରଦାନ କରାଯିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନକୁ ଅଧିକ ସହାୟତା ଦେବା ନେଇ ଘୋଷଣା କରିଛନ୍ତି । ଗଞ୍ଜାମ, ମୟୂରଭଞ୍ଜ,ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ସମ୍ବଲପୁର ଭଳି ଜିଲ୍ଲାମାନଙ୍କର ଅତିରିକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଜିଲ୍ଲାମାନଙ୍କ ପାଇଁ ଅଧିକ ୧୦ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଦୀପାବଳି ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ଏସ୍ଓଏସ୍ ଭିଲେଜ୍ ପରିଦର୍ଶନ କରି ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ । ୫- ଟି କାର୍ଯ୍ୟକ୍ରମର ଅଂଶସ୍ୱରୂପ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଶୁ ସେବା ଅନୁଷ୍ଠାନ ଯଥା ଅନାଥ ଆଶ୍ରମ, ଭିନ୍ନକ୍ଷମ ପିଲାମାନଙ୍କ ସ୍କୁଲ ଇତ୍ୟାଦି ପରିଦର୍ଶନ କରି ପିଲାଙ୍କ ସହ ଦୀପାବଳି ପାଳନ କରିବା ଏବଂ ପିଲାମାନଙ୍କ ସମ୍ପର୍କରେ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଶିଶୁ ସେବା ଓ କଲ୍ୟାଣ ସଂସ୍ଥାଗୁଡ଼ିକ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ପରେ ଜିଲ୍ଲାପାଳମାନେ ଏହି ଶିଶୁ ସେବା ସଂସ୍ଥାଗୁଡ଼ିକରେ ରହୁଥିବା ପିଲାମାନଙ୍କ ସହିତ ସେମାନଙ୍କର ଆବଶ୍ୟକତା ଓ ଭଲମନ୍ଦ ପଚାରି ବୁଝିଥିଲେ । ପିଲାମାନଙ୍କ ମତାମତକୁ ଭିତି କରି ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ସଂସ୍ଥାଗୁଡ଼ିକର ଉନ୍ନତି ପାଇଁ ରେଡକ୍ରସ୍ ସୋସାଇଟି ଶାଖାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମ, ଭିନ୍ନକ୍ଷମ ସ୍କୁଲ ଆଦିକୁ ଯାଇ ପିଲାମାନଙ୍କ ଭଲମନ୍ଦ ବୁଝିବା ସହ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *