Friday , September 29 2023
Breaking News
Home / ବିଶେଷ / ଅସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ରେ ଆଉ ମିଳିବନି ସ୍ଥାୟୀ ନିଯୁକ୍ତି

ଅସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ରେ ଆଉ ମିଳିବନି ସ୍ଥାୟୀ ନିଯୁକ୍ତି

ଭୁବନେଶ୍ୱର ,୩୧/୧୦/୨୦୧୯(ଓଡ଼ିଶା ସମାଚାର)-୍: ରାଜ୍ୟ ସରକାର ବିଳମ୍ବରେ ହେଉ ନା କାହିଁ ଭିନ୍ନକ୍ଷମଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । ଏଣିକି ଆଉ ଅସ୍ଥାୟୀ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେଇ ସରକାରୀ କ୍ଷେତ୍ରରେ ସ୍ଥାୟୀ ଚାକିରି କରିପାରିବେ ନାହିଁ । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ସବୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଓ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି । ବିଭାଗ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ଆଇନ-୨୦୧୬ ଧାରା ୫୬ ଅନୁସାରେ ଭିନ୍ନକ୍ଷମଙ୍କ ସାର୍ଟିଫେିକେଟ୍ ପ୍ରଦାନ କ୍ଷେତ୍ରରେ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି । କେଉଁମାନେ ଅସ୍ଥାୟୀ ସାର୍ଟିଫିକେଟ୍ ପାଇପାରିବେ ଓ ଆଉ କେଉଁମାନେ ସ୍ଥାୟୀ ସାର୍ଟିଫିକେଟ୍ ପାଇବେ । ଯେଉଁମାନେ ଅସ୍ଥାୟୀ ସାର୍ଟିଫିକେଟ୍ ପାଇଛନ୍ତି, ସେମାନେ ଭିନ୍ନକ୍ଷମ ସଂରକ୍ଷଣ ପଦବୀରେ ସ୍ଥାୟୀ ନିୟୁକ୍ତି ପାଇପାରିବେ ନାହିଁ । ଯେଉଁମାନେ ୪୦ ପ୍ରତିଶତରୁ କମ୍ ଭିନ୍ନକ୍ଷମ ଅଛନ୍ତି, ସେମାନେ ଏଣିକି ଆଉ ସରକାରଙ୍କ ଭିନ୍ନକ୍ଷମ ସଂରକ୍ଷଣ ପଦବୀ କ୍ଷେତ୍ରରେ ଚାକିରି କରିପାରିବେ ନାହିଁ । ତେଣୁ ଭାତର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ସ୍ପଷ୍ଟଭାବେ କହିଛନ୍ତ ଏହି କଥା ଉଲ୍ଲେଖ କରିଛନ୍ତି । ରାଜ୍ୟରେ ଓଡ଼ିଶାରେ ଭିନ୍ନକ୍ଷମଙ୍କ ନିୟୁକ୍ତି କ୍ଷେତ୍ରରେ ଏକ ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଛି । ରାଜ୍ୟରେ କେତେକ ବ୍ୟକ୍ତି ତଞ୍ଚକତାରେ ନିଜର ଭିନ୍ନକ୍ଷମ ଅସ୍ଥାୟୀ ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରିଛନ୍ତି । କେତେକ ବ୍ୟକ୍ତି ଅଧାସୁ ଉପାୟରେ ଏହି ଭିନ୍ନକ୍ଷମ ଅସ୍ଥାୟୀ ସାର୍ଟିଫିକେଟ୍ ପ୍ରସ୍ତୁତ କରିଛନ୍ତି । ଏହି ସାର୍ଟିଫିକେଟ୍କୁ ଢାଲ କରି ବହୁ ଅଯୋଗ୍ୟ ବ୍ୟକ୍ତି ସରକାରୀ ଚାକିରିକୁ ହାତଉଛନ୍ତି । ଚାକିରି ପ୍ରଦାନ କ୍ଷେତ୍ରରେ ସରକାରୀ ସ୍ତରରେ ବ୍ୟାପକ ପ୍ରିୟାପ୍ରୀତି ପୋଷଣ କରାଯାଉଛି । ଅସ୍ଥାୟୀ ସାର୍ଟିଫିକେଟ୍କୁ ବ୍ୟବହାର କରି ବହୁ ଅଯୋଗ୍ୟ ବ୍ୟକ୍ତି ଚାକିରି କରିଛନ୍ତି । ହେଲେ ଯୋଗ୍ୟ ଭିନ୍ନକ୍ଷମ ଚାକିରି ପାଇବାରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ ଆସିଛି । ଏହି ଅସ୍ଥାୟୀ ସାର୍ଟିଫିକେଟ୍ ବ୍ୟବାହାର ଉପରେ ଭିନ୍ନକ୍ଷମମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାଜ୍ୟ ସରକାର ଜଡ଼ ପାଲଟିଛନ୍ତି । ରାଜ୍ୟ ସରକାର ଭିନ୍ନକ୍ଷମଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଅସମର୍ଥ ଅଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଅନୁସାରେ ଅସ୍ଥାୟୀ ସାର୍ଟିଫିକେଟ୍ରେ ଜଣେ ବ୍ୟକ୍ତି ସରକାରୀ ଭାବେ ସ୍ଥାୟୀ ଚାକିରି କରିପାରିବ ନାହିଁ । ହେଲେ ରାଜ୍ୟରେ ଏହି ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି । ଏଭଳି ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସରକାର ଏହି ରିପୋର୍ଟକୁ ଗୁରୁତର ସହିତ ନେଇ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ବିଶେଷ କରି ଯେଉଁମାନଙ୍କ ଦୁର୍ଘଟଣା ଘଟିଗୋଡ଼, ହାତ ବା ଶରୀର ଅନ୍ୟ କୌଣସି ହାଡ଼ ଭାଙ୍ଗିଯାଉଛି । ସେମାନେ କିଛି ଦିନ ପାଇଁ ଅସ୍ଥାୟୀ ଭାବେ ଭିନ୍ନକ୍ଷମ ହେଉଛନ୍ତି ସେମାନେ ଏହି ସାର୍ଟିଫିକେଟ୍ ହାସଲ କରିଛନ୍ତି । ସେହିପରି କିଛି କାନକୁ ଅଳ୍ପ ଶୁଣାଯାଉଛି ଓ ଆଖିକୁ ସାମାନ୍ୟ ଦେଖାଯାଉନାହିଁ । ଯାହାକି ପରବର୍ତୀ ସମୟରେ ସମ୍ପୂର୍ଣ୍ଣ ଭାବେ ଚିକିତ୍ସା ହୋଇ ସୁସ୍ଥ ହୋଇପାରିବେ । ହେଲେ ଏପରି ବ୍ୟକ୍ତିମାନେ ଡାକ୍ତରଙ୍କୁ ହାତ କରି ଅସ୍ଥାୟୀ ସାର୍ଟିଫିକେଟ୍ ହାସଲ କରି ସରକାରୀ ଚାକିରି କ୍ଷେତ୍ରରେ ପ୍ରୟୋଗ କରିଛନ୍ତି । ଓଡ଼ିଶା ସମାଚାରେ

Leave a Reply

Your email address will not be published. Required fields are marked *