Tuesday , October 3 2023
Breaking News
Home / ବିଶେଷ / ସ୍ୱାମୀର ଶୁଦ୍ଧକ୍ରୀୟା ସହାୟତା ପାଇଁ  ଜିଲ୍ଲାପାଳଙ୍କୁ ଭେଟିଲେ ବିଧବା ପତ୍ନୀ

ସ୍ୱାମୀର ଶୁଦ୍ଧକ୍ରୀୟା ସହାୟତା ପାଇଁ  ଜିଲ୍ଲାପାଳଙ୍କୁ ଭେଟିଲେ ବିଧବା ପତ୍ନୀ

କେନ୍ଦ୍ରାପଡା ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ସ୍ୱାମୀର ଶୁଦ୍ଧ କ୍ରୀୟା କରିବାକୁ ପାଖରେ ପଇସା ନଥିବା କାରଣରୁ ଗରୀବ ବିଧବା ପତ୍ନୀ ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଛରାଇ ପଂଚାୟତର ବାଲିକୁଦା ଗ୍ରାମର ନିହାର ରଞ୍ଜନ ସୂତାର ବଢେଇ କାମକରି ନିଜର ପରିବାର ଭରଣପୋଷଣ କରିଥାନ୍ତି ।  ଏକ ପଲିଥିନ ପଲ୍ଲା ଭିତରେ  ନିଜର ୨ଝିଅ ,ଗୋଟିଏ ପୁଅ ଓ ପତ୍ନୀ ସହିତ ରହୁଥିବା ନିହାର ପରିବାରର ଗତ ୨୩ତାରିଖ ଲଗାଣ ବର୍ଷାରେ ପଲ୍ଲା ଭାଙ୍ଗିଯିବାରୁ ପଲ୍ଲା ସଜାଡିବା ପାଇଁ ବର୍ଷାରେ ଭିଜି ପଲ୍ଲା ସଜାଡୁଥିବା ସମୟରେ ହଠାତ ତଳେ ପଡିଯାଇଥିଲେ । ତାଙ୍କ ପତ୍ନୀ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ନିହାରଙ୍କର ମୃତୁ୍ୟ ହୋଇଯାଇଥିଲା । ନିହାରଙ୍କ ମୃତୁ୍ୟ ପରେ ତାଙ୍କ ପତ୍ନୀ ଙ୍କ ନିକଟରେ ମୁଠାଏ ଦାନା ମଧ୍ୟ ଖାଇବାକୁ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାମୀଙ୍କ ଶୁଦ୍ଧ କ୍ରୀୟା କରିବା ନିମନ୍ତେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ନିହାରଙ୍କ ପତ୍ନୀ ମମତାରାଣୀ ସୂତାର ସୋମବାର ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *