Tuesday , September 27 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଜାତୀୟ ରାଜପଥରେ ଯୁବକଙ୍କୁ ବନ୍ଧୁକ ଦେଖାଇ ୧୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଘଟଣାର ପର୍ଦ୍ଧାଫାସ

ସଂକ୍ଷେପରେ ତାଜା ଖବର : ଜାତୀୟ ରାଜପଥରେ ଯୁବକଙ୍କୁ ବନ୍ଧୁକ ଦେଖାଇ ୧୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଘଟଣାର ପର୍ଦ୍ଧାଫାସ

 – ଅଭିଯୋଗକାରୀ ମୁଖ୍ୟ ଅଭିଯୁକ୍ତ – ଅଭିଯୋଗକାରୀ ଗିରଫ , ଟଙ୍କା ତାଙ୍କ ଘରୁ ଉଦ୍ଧାର

କଟକ, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଗତକାଲି ଜାତୀୟ ରାଜପଥର ଖୁଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ବ୍ରିକ୍ ନିକଟରୁ ଜଣେ ଯୁବକଙ୍କୁ ଦୁର୍ବୃତମାନେ ବନ୍ଧୁକ ଦେଖାଇ ୧୮ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ୍ ତଦନ୍ତ ଚଳାଇଥିଲା । ମିଳିଥିବା ସୂଚନା ଅନୁସାରେ ସନ୍ତୋଷ ରାଜ ନାମକ ଜଣେ ଗୁଟଖା କମ୍ପାନୀର କର୍ମଚାରୀ ଅନୁଗୁଳ ଠାରୁ ବିଭିନ୍ନ ବ୍ୟବସାୟୀ ମାନଙ୍କ ଠାରୁ ବାକି ଟଙ୍କା ଆଦାୟ କରି ବାଟରେ ଢ଼େଙ୍କାନାଳ ରେ ଥିବା ତାଙ୍କ ଘରକୁ ଯାଇଥିଲେ । ପରେ ସେ କଟକ ଅଭିମୁଖେ ଯାଉଥିବାବେଳେ ଜାତୀୟ ରାଜପଥର ଖୁଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ବ୍ରିକ୍ ନିକଟରେ କେତେକ ଦୁର୍ବୃତ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡ଼।ଇ  ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ କରିବା ସମୟରେ ପ୍ରକୃତରେ ଟଙ୍କା ଲୁଟ ହୋଇନାହିଁ , ବରଂ ନିଯେ ନିଜ ଘରେ ଟଙ୍କା ରଖିଆସି ସନ୍ତୋଷ ଏହାକୁ ଏକ ନାଟକ ରଚନା କରିଥିଲା । ଏହା ଏକ ପ୍ରାୟୋଜିତ ଲୁଟ ର ଅଭିନୟ ଥିଲା । ପୁଲିସ୍ ସନ୍ତୋଷ ର ଘର ଉପରେ ଚଢ଼ାଉ କରି ସମସ୍ତ ୧୮ ଲକ୍ଷ ଟଙ୍କା ଜବତ କରିବା ସହିତ ସନ୍ତୋଷକୁ ଗିରଫ କରି ପଚରା ଉଚୁରା କରୁଛି । ଏହି ନାଟକ ରେ ଆଉ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.