Saturday , October 23 2021
Home / ବିଶେଷ / ଯୁବକଙ୍କ ମୃତୁ୍ୟ, ଏରସମା ମେଡିକାଲରେ ଧାରଣା

ଯୁବକଙ୍କ ମୃତୁ୍ୟ, ଏରସମା ମେଡିକାଲରେ ଧାରଣା

ଏରସମା ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଏରସମା-କୁଜଙ୍ଗ ରାସ୍ତାର ବଳେଉପୁର ନିକଟରେ ରାସ୍ତାପାର୍ଶ୍ୱରେ ବସିଥିବା ସୁଶାନ୍ତ କୁମାର ସ୍ୱାଇଁ (୫୦)ଙ୍କୁ ଏକ ବାଇକ ଧକ୍କାଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏରସମା ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ମୃତକଙ୍କ ସଂପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ ଦାୟୀକରି ଏରସମା ମେଡିକାଲ ଆଗରେ ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ତିର୍ତୋଲ ଏସଡିପିଓ ଦୀପକ କୁମାର ଜେନା,ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ଏରସମା ଥାନାଧିକାରୀ ପ୍ରଶାନ୍ତ କୁମାର ମାଝୀ, ବଳେଇପୁର ସରପଂଚ ମୁରଲୀଧର ମଲ୍ଲିକ, କଂଗ୍ରେସନେତା ନଳିନୀ ରଂଜନ ସ୍ୱାଇଁ ପ୍ରମୁଖ ସେଠାରେ ପହଂଚି ସବୁପ୍ରକାର ସରକାରୀ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ମୃତକଙ୍କ ସଂପର୍କିୟ ମାନେ ଧାରଣାରୁ ଉଠିଥିଲେ । ଘଟଣା ପରେ ଉତ୍ୟକ୍ତଲୋକେ ଅନ୍ଧାରୀ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦୁର୍ଘଟଣା ଘଟାଇଥିବା ବାଇକ୍କୁ ଉତ୍ୟକ୍ତଲୋକେ ପୋଡ଼ି ଦେଇଥିବା ବେଳେ ସମ୍ପୃକ୍ତ ବାଇକଚାଳକକୁ ପୁଲିସ ଅଟକ ରଖିଛି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *