କାଶୀପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ପକ୍ଷାଘାତ ଦିବସ ପାଳିତ ହୋଇଯାଇଛି । ସାଧାରଣତଃ ପକ୍ଷାଘାତରୁ ହାର୍ଟଷ୍ଟ୍ରୋକ ବା ବ୍ରେନ ଷ୍ଟ୍ରୋକ ନାମରେ ସମସ୍ତେ ଜାଣନ୍ତି । ଏହାର ସମ୍ପ୍ରତି ଦିନରେ ଷ୍ଟୋକ ବା ପକ୍ଷାଘାତ ସାଧାରଣରେ ଏକ ଭୟାଭୟ ରୋଗ ନାମରେ ପରିଚିତ । ଏହି ଦିବସ ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଅର୍ଗାନାଇଜେସନ ଦ୍ୱାରା ସାରା ବିଶ୍ୱରେ ୨୦୦୬ ମସିହାଠାରୁ ପାଳନ କରାଯାଇଆସୁଅଛି । ଏହି ଦିବସର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ସମାଜରେ ପକ୍ଷାଘାତ ଯୋଗୁଁ ଆକ୍ରାନ୍ତ ରୋଗି ଓ ମୃତୁ୍ୟକୁ ଶତକଡ଼ା ୫୦ଭାଗ କମେଇବା ସହିତ ଆଗକୁ ଯେପରି ନୂତନ ପିଢ଼ି ଏହିଭଳି ଭୟାଭୟ ରୋଗରୁ ରକ୍ଷା ପାଇପାରିବେ ତାହା ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର ଆର.ଆର. ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ କାଶୀପୁର ବିଡ଼ିଓ ଦେବଦତ ପ୍ରଧାନ, ତହସିଲଦାର ସୌଭାଗ୍ୟ ବେହେରା, ଆଇଆଇସି ଦୁର୍ଗାମାଧବ ପ୍ରଧାନ, ସିଡ଼ିପିଓ ସୌଦାମିନି ପାତ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ମହିଳା ସ୍ୱାସ୍ଥ୍ୟକର୍ମୀ ଆଶା ଏବଂ ଜନସାଧାରଣଙ୍କ ରକ୍ତଚାପ ଓ ମଧୁମେହର ଯାଂଚ କରାଯାଇ ତାହା ସମ୍ପର୍କିତ ପରାମର୍ଶ ଦିଆଯାଇଥିଲା । ଉଚ୍ଚ ରକ୍ତଚାପ ଏବଂ ବହୁଦିନ ଧରି ମଧୁମେହ ପକ୍ଷାଘାତର ମୁଖ୍ୟ କାରଣ ହୋଇଥିବାବେଳେ ଏହା ପ୍ରତିକାର ବିଷୟରେ ଆଲୋଚନା ହୋଇଥିଲା । ଉଭୟ ଉଚ୍ଚ ରକ୍ତଚାପ ଏବଂ ମଧୁମେହର କାରଣ ଲକ୍ଷଣ, ସଠିକ ସମୟରେ ନିରୂପଣ ଓ ତତଃ ସେଙ୍ଗ ସେଙ୍ଗ ଏହାର ଚିକିତ୍ସା ଓ ନିରାକରଣ ବିଷୟରେ ପୁଂଙ୍ଖାନୁପୁଂଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥି ନିଜ ନିଜର ମତବ୍ୟକ୍ତ କରିବା ସେଙ୍ଗ ସେଙ୍ଗ ଏକ ସନ୍ତୁଳିତ ଜୀନ, ଖାଦ୍ୟପେୟ, ଦୈନିକ ଶାରୀରିକ ପରିଶ୍ରମ, ସୁସ୍ଥ କାର୍ଯ୍ୟକାରୀ ପରିବେଶ ବହୁମାତ୍ରାରେ ବିଗତ ଦିନରେ ଆସୁଥିବା ଏହି ଅଣ ସଂକ୍ରାମଣ ରୋଗରୁ ଦୂରେଇ ରହିବା ସହିତ ମୃତୁ୍ୟ ମୁଖରୁ ସମସ୍ତ ଜନସାଧାରଣଙ୍କୁ ଉଧାର କରାଯାଇପାରିବ ବୋଲି ଡ଼ାକ୍ତର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମେଡ଼ିକାଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର