Sunday , October 24 2021
Breaking News
Home / ବିଶେଷ / ଠିକା ପ୍ରଥା ଉଚ୍ଛେଦ ଓ ସର୍ବନିମ୍ନ ମଜୁରୀ ଦାବି ନେଇ ଓଡ଼ିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ମୁଖ୍ୟଶାସନ ସଚିବଙ୍କୁ ଭେଟି ଦାବି ଜଣାଇଲା

ଠିକା ପ୍ରଥା ଉଚ୍ଛେଦ ଓ ସର୍ବନିମ୍ନ ମଜୁରୀ ଦାବି ନେଇ ଓଡ଼ିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ମୁଖ୍ୟଶାସନ ସଚିବଙ୍କୁ ଭେଟି ଦାବି ଜଣାଇଲା

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର)-ଆଜି ଓଡ଼ିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ଏକ କମିଟି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଏବଂ ଅର୍ଥ ସଚିବଙ୍କୁ ଭେଟି ସରକାରଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଗଲା ଓ ସରକାରଙ୍କର ‘୫ଟି’ ଯୋଜନା ପ୍ରଣୟନ ପାଇଁ ସରକାରଙ୍କୁ ସାଧୁବାଦ ଜଣାଯାଇଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଗଲା କି ସରକାରଙ୍କ ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁପ୍ରକାରର ସରକାରୀ କାର୍ଯ୍ୟକୁ ସଫଳ ରୂପାୟନ କରୁଥିବା ମୋ ସରକାର ଓ ‘୫ଟି’ ଯୋଜନାକୁ ଦିନରାତି ଏକ କରି ସଫଳ ରୂପାୟନ କରୁଥିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରତର ସର୍ବଶ୍ରେଷ୍ଠ ପ୍ରଶାସକ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟର ହଜାର ହଜାର ଠିକା କର୍ମଚାରୀମାନଙ୍କ ଜୀବିକା ଓ ଜୀବନକୁ ନର୍କକୁ ଠେଲିଦେଇ ଠିକା କର୍ମଚାରୀମାନେ ସାମାନ୍ୟ ଦିନ ମଜୁରୀଆଙ୍କ ଦରମାଠାରୁ କମ୍ ଦରମାରେ ଗୋତି ଖଟାଉଛନ୍ତି ।
ନିକଟରେ ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ନିର୍ଦ୍ଧେଶ ଓ କେନ୍ଦ୍ର ସରକାରଙ୍କର ଦୁଇ ଦୁଇଟି ନିର୍ଦ୍ଧେଶନାମାକୁ ସରକାର କର୍ଣ୍ଣପାତ କରୁନାହାଁନ୍ତି । ସପ୍ତମ ବେତନରେ ପ୍ରଶାସନିକ ଅଧିକାରୀମାନେ ନିଜ ଦରମା ବହୁଗୁଣିତ କରିଥିବା ବେଳେ ଠିକା କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ ଲାଗୁ ନ କରିବା ରାଜ୍ୟରେ ପ୍ରଶାସନିକ ଅରାଜକତାର ନଗ୍ନ ନମୂନା ଏବଂ ଉଚ୍ଚ ନୀଚ୍ଚ ଦରମା ବିଭେଦ ୨ ଲକ୍ଷରୁ ଅଧିକ ।
ଆଜିର ପ୍ରତିନିଧି ମଣ୍ଡଳୀରେ ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି ଯୋଗଦେଇ ସରକାରଙ୍କ ଏହି ବର୍ଗର କର୍ମଚାରୀଙ୍କ ପ୍ରତି ଚରମ ଅବହେଳା ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଅସଂଗତ ଦରମାକୁ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ କଥାବାର୍ତା କରି ଠିକା କର୍ମଚାରୀମାନଙ୍କୁ ନ୍ୟାୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ । ସରକାରଙ୍କୁ ଏତିକି ଅନୁରୋଧ ଯଦି ସରକାର ‘ମୋ ସରକାର’ ଓ ‘୫ଟି’ ସଫଳ ରୂପାୟନ କରିବା ପାଇଁ ଚାହୁଁଛନ୍ତି, ତେବେ ଠିକା ପ୍ରଥା ଉଚ୍ଛେଦ ଏବଂ ସର୍ବନିମ୍ନ ମଜୁରୀ ତୁରନ୍ତ ଲାଗୁ କରନ୍ତୁ । ନହେଲେ ଭୋକିଲା ପେଟ କେବେହେଲେ ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେଇପାରିବ ନାହିଁ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *