Friday , January 28 2022
Breaking News
Home / ବିଶେଷ / ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଡାବୁଗାଁ , ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲପାଳ ଡା.ଅଜିତକୁମାର ମିଶ୍ର ଶିବିରରେ ଯୋଗଦେଇ ମୋଟ ୨୯ ଟି ଅଭିଯୋଗର ଶୁଣାଣି କରିଛନ୍ତି । ଏଥିରେ ଡାବୁଗାଁ ବ୍ଲକ ଅଧୀନ ରିର୍ଲିଗୁଡା ଗ୍ରାମ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ, ଡୁମୁଣିଗୁଡା ଗ୍ରାମ ବିଦ୍ୟାଳୟର ନୂତନଗୃହ ନିର୍ମାଣ, ଡାବୁଗାଁ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ରାବଣାଗୁଡା ଗ୍ରାମର ଏକ ନାଳ ଉପରେ ପୋଲ ନିର୍ମାଣ କରିବା ଆଦି ଅଭିଯୋଗ ହୋଇଥିଲା । ଶେଷରେ ମଧୁବାବୁ ପେନସନ ଯୋଜନାରେ ୩ ଜଣଙ୍କୁ ପେନସନ, ୪ ଜଣଙ୍କୁ ହୁଇଲଚେୟାର ଓ ଜଣଙ୍କୁ ତିନି ଚକିଆ ସାଇକେଲ ଜିଲାପାଳ ପ୍ରଦାନ କରିଛନ୍ତି । ଅଭିଯୋଗ ଶୁଣାଣିବେଳେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶାଲକର, ଉପଜିଲାପାଳ ଭାଷ୍କର ରଇତ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ରାମାକାନ୍ତ ନାୟକ, ଜିଲା ମଙ୍ଗଳ ଅଧିକାରୀ ପବିତ୍ରମୋହନ ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶକୁମାର ପଟ୍ଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମହେନ୍ଦ୍ର ବିଡିକା, ଉମାରକୋଟ ଏସଡିପିଓ ହେମନ୍ତକୁମାର ପାଢି, ଡାବୁଗାଁ ବିଡିଓ ରଞ୍ଜିତାମେରି ନାୟକ, ତହସିଲଦାର ସୁବାଷଚନ୍ଦ୍ର ସିଂ ଓ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ ଉତ୍ସବରେ ମା’ମାନେ ଜଳାଭିଷେକ କଲେ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ …

Leave a Reply

Your email address will not be published. Required fields are marked *