ସାଲେପୁର,୩୦/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)-ସାଲେପୁର ବ୍ଲକ୍ ପୁରୁଷୋତମପୁର ଗ୍ରାମର ପବିତ୍ର ବଲ୍ଲଭ ରାଉତ ଓ ସସ୍ମିତା ରାଉତଙ୍କ ଅଢ଼େଇ ମାସର ଶିଶୁ କନ୍ୟା ତେଜସ୍ୱନୀର ମୁଣ୍ଡ ଅସ୍ୱଭାବିକ ଭାବେ ବଢ଼ିବାରୁ ତାକୁ ଚିକିତ୍ସା ପାଇଁ ତା’ର ପିତାମାତା ତାକୁ କଟକ ନେଇ ଚିକିତ୍ସା କରାଇଥିଲେ । ମାତ୍ର ଚିକିତ୍ସାପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିବାରୁ ତେଜସ୍ୱନୀର ପିତାମାତା ବାଧ୍ୟ ହୋଇ ଶିଶୁ କନ୍ୟାକୁ କଟକରୁ ଘରକୁ ଫେରାଇ ଆଣିଥିଲେ । ଚିକିତ୍ସା ଖର୍ଚ୍ଚ ବାବଦରେ ଘରେ ଥିବା ସୁନା ଗହଣା ବିକି ଖର୍ଚ୍ଚ କରିଥିଲେ ମଧ୍ୟ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିବାରୁ ଦୁଃଖରେ ପବିତ୍ର ଓ ତାଙ୍କ ପତ୍ନୀ ସସ୍ମିତା ମି୍ରୟମାଣ ହୋଇ ପଡ଼ିଥିଲେ । ଅସହାୟ ଦମ୍ପତିକୁ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ସାହାଯ୍ୟର ହାତ ବଢ଼ାଇଥିଲେ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ବିସ୍ତୃତ ଭାବେ ସଚିତ୍ର ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଆଜି ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର ବି ଏସ୍ କେ) ଏକ ଟିମ୍ ପବିତ୍ରଙ୍କ ଘରେ ପହଂଚି ଶିଶୁକନ୍ୟା ତେଜସ୍ୱନୀଙ୍କୁ ଚିକିତ୍ସା ପାଇଁ କଟକ ପଠ।ଇଥିବା ଜଣାପଡ଼ିଛି । ଗଣମାଧ୍ୟମ ଯୋଗୁ ଏହା ସମ୍ଭବ ହୋଇଥିବାରୁ ସ୍ଥାନୀୟ ଅଂଚଳବାସୀ ଓ ଶିଶୁକନ୍ୟାର ପିତାମାତା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର