Monday , December 6 2021
Breaking News
Home / ବିଶେଷ / କହ୍ନେଇଲାଲ ଜୀଉଙ୍କ ଗିରି ଗୋବର୍ଦ୍ଧନ ପୂଜା  

କହ୍ନେଇଲାଲ ଜୀଉଙ୍କ ଗିରି ଗୋବର୍ଦ୍ଧନ ପୂଜା  

ଗରଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରାସ୍ଥିତ ଶ୍ରୀ ଶ୍ରୀ କହ୍ନେଇଲାଲ ଜୀଉଙ୍କର ପ୍ରମୁଖ ଉତ୍ସବ ଭାବରେ ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜୀଉଙ୍କୁ ଗିରିଗୋବର୍ଦ୍ଧନ ବେଶରେ ସୁ-ସଜ୍ଜିତ କରାଯାଇ ପାରମ୍ପାରିକ ପ୍ରଥା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର ପରିସରରେ ହୋମ ଯଜ୍ଞ,ଘୃତା ହୁତି ପ୍ରଦାନ, ଅନନ୍ତ ଶୟନ ପୂଜା,ପାଶ୍ୱର୍ ଦେବା ଦେବୀ ପୂଜା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଦେବୋତର ବିଭାଗ ପକ୍ଷରୁ ଗଠିତ ମନ୍ଦିର ପରିଚାଳନା ଟ୍ରଷ୍ଟର ମୂଖ୍ୟ ନ୍ୟାଶୀ ରମେଶ ଚନ୍ଦ୍ର ସାମନ୍ତସିଂହାର, ବଲ୍ଲଭ ନନ୍ଦୀ, ଭାଷ୍କର ଚନ୍ଦ୍ର ପାଣି, ଶୁକଦେବ ପ୍ରଧାନ, ଶରତ ଚନ୍ଦ୍ର ମିଶ୍ର ଓ ବଲ୍ଲଭ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ । ଏହି ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଆଖପାଖ ଅଂଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପ୍ରସାଦ ସେବନ ଓ ପୂଜା ଉତ୍ସବ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଂଚଳର ସଂକିର୍ତନ ମଣ୍ଡଳୀଙ୍କ ଦ୍ୱାରା  ଶ୍ରୀ କୃର୍ଷ୍ଣଙ୍କ ଉପରେ ଆଧାରିତ ବିଭିନ୍ନ ଛାନ୍ଦ, ଭଜନ ଓ କିର୍ତନ ପରିବେଷଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *