Monday , September 25 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋ ରେ ଜିଲ୍ଲା ଆପାତକାଳୀନ ସମୁହ ବୈଠକ ଅନୁଷ୍ଠିତ

ଇଫକୋ ରେ ଜିଲ୍ଲା ଆପାତକାଳୀନ ସମୁହ ବୈଠକ ଅନୁଷ୍ଠିତ

ପାରାଦ୍ୱୀପ,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା ଆପାତକାଳୀନ ସମୁହର ଏକ ବୈଠକ ପାରାଦ୍ୱୀପ ଇଫକୋ ର ସଦଭାବନା ସଭାଗୃହରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର , ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି , ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦ୍ୱୀପ ଶାଖାର ଅଧିକାରୀ ରମେଶ ଏକ୍କା , ଇଫକୋ ପାରାଦ୍ୱୀପ ଶାଖା ମୁଖ୍ୟ କେ.ଜେ. ପଟେଲ , ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ପାରାଦ୍ୱୀପ ଶାଖାର ଉପ ନିର୍ଦ୍ଧେଶକ ଚନ୍ଦ୍ରକାନ୍ତ ଦଳାଇ, ଜଗତସିଂହପୁର ସେପ୍ଟିଂ ଅଧିକାରୀ କଲ୍ୟାଣ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଜନ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଇଫକୋ , ପିପିଏଲ, ଆଇଓସିଏଲ ତୈଳ ବିଶୋଧନାଗାର ଓ ପାରାଦ୍ୱୀପ ବନ୍ଦର ସିଆଇଏସଏଫ ପ୍ରତିନିଧିମାନେ ଉପସ୍ଥିତ ରହି ଆପାତକାଳୀନ ସମୟରେ ସତର୍କତା ଓ ପରିଚାଳନା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ । ତେବେ ଗତ ବର୍ଷ ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କରେ କ୍ରମାନ୍ୱୟ ସୁରକ୍ଷା ସଚ୍ଚେତନତା ଓ ମକ୍ ଡ୍ରିଲ ଦ୍ୱାରା ଦୁର୍ଘଟଣା ବହୁ ମାତ୍ରାରେ କମ୍ ଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *