ସାଲେପୁର ୩୦/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)- ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିଷ୍ଣୁଚରଣ ମହାରଣାଙ୍କ ଉର୍ଦ୍ଧେଶ୍ୟରେ ମା’ ସାହେଶ୍ୱରୀଙ୍କ ପୀଠ ସାଲେପୁର ଠାରେ ଶିକ୍ଷାବିତ୍ ନରେନ୍ଦ୍ରନାଥ ଶତପଥିଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରଚରଣ ରାଉତ, ବିନୟଶଙ୍କର ମହାନ୍ତି, ଚୈାଧୁରୀ ଶଶିଭୂଷଣ ନନ୍ଦ, ବଣହରା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ପାତ୍ର, ଚିତରଂଜନ ରାଉତ, ଭବାନୀ ଶଙ୍କର ପଣ୍ଡା, ଅଭିନଚନ୍ଦ୍ର ଦାଶ, ବିପିନ୍ ବିହାରୀ କର, ବେସାରଦ ଅହେମ୍ମଦ ଖାଁ, ନିଗମାନନ୍ଦ କର, ଜିତେନ୍ଦ୍ରନାଥ ତ୍ରିପାଠୀ, ରବୀନ୍ଦ୍ରନାଥ ବେହେରା, ରେବତୀ ବେହେରା, ସାଲେପୁର ହାଇସ୍କୁଲର ବରିଷ୍ଠ ଶିକ୍ଷକ ଡ଼ଃ ଗୈାତମ ମହାରଣା ଯୋଗଦେଇ ସ୍ୱର୍ଗତ ମହାରଣାଙ୍କ ସ୍ମୃତିଚାରଣ କରିଥିଲେ । ତାଙ୍କ ବିୟୋଗ ଯୋଗୁ ଶୂନ୍ୟସ୍ଥାନ ପୂରଣ ହେବା ଅସମ୍ଭବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାର ଅବସରପ୍ରାପ୍ତ ଶିକ୍ଷାଧିକାରୀ ଓ ଶିକ୍ଷକ ସଂଘର ସଭ୍ୟ ସଭ୍ୟାମାନେ ଯୋଗଦେଇଥିଲେ । ପ୍ରକାଶଥାଉକି ସ୍ୱର୍ଗତ ମହାରଣା ଜଣେ ଅଭିଜ୍ଞ ଗଣିତ ଶିକ୍ଷକ ଭାବେ ଓଡ଼ିଶାରେ ପରିଚିତ ଥିଲେ । ଓଡ଼ିଶା ସମାଚାର