କେନ୍ଦ୍ରାପଡା ୨୯/୧୦/୨୦୧୯(ଓଡ଼ିଶା ସମାଚାର)-୧୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଏକ ଜମି ଠକେଇ କରାଯାଇଥିବା ସମ୍ପର୍କରେ ଏକ ଅଭିଯୋଗ କେନ୍ଦ୍ରାପଡା ସଦର ଥାନାରେ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଗୁଆଳସିଂ ଗ୍ରାମର କାଶି ନାଥ ସାହୁ ଜମି କିଣିବା ପାଇଁ ମନସ୍ଥ କରିଥିଲେ । ଏ ସମ୍ପର୍କରେ ଖବର ପାଇ ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ନାରାୟଣ ସାହୁଙ୍କ ପୁଅ ବଳରାମ ସାହୁ ଗୁଆଳସିଂ ଗ୍ରାମର କାଶିନାଥ ସାହୁଙ୍କ ନିକଟରେ ପହଂଚି ଗୁଆଳ ସିଂହ ମୌଜାରେ ତାଙ୍କର ୪ ଡିସିମିଲ ଘରବାରି ଜମି ବିକ୍ରୀ ହେବା ପାଇଁ ଥିବାରୁ ସେହି ଜମିକୁ ତାଙ୍କୁ ବିକ୍ରୀ ପ୍ରସ୍ତାବ ଦେଇଥିଲେ । ଜମିର ମୂଲ୍ୟ ୨୮ ଲକ୍ଷ ଟଙ୍କା ଦେବାକୁ କଥା ଛିଡି ଥିଲା । ଗତ ଜାନୁଆରୀ ୧୩ ତାରିଖ ଦିନ ବଳରାମ କାଶିନାଥଙ୍କ ନିକଟରେ ପହଂଚି ତାଙ୍କର ଟଙ୍କା ଆବଶ୍ୟକ ଅଛି ବୋଲି କହିଥିଲେ । ତାଙ୍କୁ କିଛି ଟଙ୍କା ମାଗିବାରୁ କାଶିନାଥ ଜିଲ୍ଲା ସବରେଜିଷ୍ଟର କାର୍ଯ୍ୟାଳୟରେ ୩ ଜଣ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଏଗ୍ରୀମେ କରାଇ ୩ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ପରେ ପୁନର୍ବାର ୧ ଲକ୍ଷ ଟଙ୍କାର ଏକ ଚେକ ମଧ୍ୟ କାଶିନାଥଙ୍କ ଠାରୁ ନେଇଥିଲେ । ସେହି ମାସ ୧୬ ତାରିଖ ଦିନ ଜମି ରେଜେଷ୍ଟ୍ରୀ ହେବା କଥା କହି ପୁଣି ୧୨ ଲକ୍ଷ ଟଙ୍କା ନେବା ପରେ ଜମି ଦେଖିବାକୁ କାଶିନାଥ ଜିଦ୍ କରିଥିଲେ । ଏହା ପରେ ସେ ଗୁଆଳସିଂ ମୌଜାରେ ଏଭଳି ଖାତା ଓ ପ୍ଲଟ ନଥିବାର ଜାଣି ସେ ଏକ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ ସେହି ଘଟଣାକୁ ନେଇ କାଶିନାଥ ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତି କରି ସଦର ଥାନା ପୋଲିସ ୩୦୦/୨୦୧୯ରେ ଏକ ଠକେଇ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର