Tuesday , October 26 2021
Breaking News
Home / ବିଶେଷ / ସ୍ୱାଧାର ଗୃହରେ ଜିଲ୍ଲାପାଳ ପାଳିଲେ ଦୀପାବଳି

ସ୍ୱାଧାର ଗୃହରେ ଜିଲ୍ଲାପାଳ ପାଳିଲେ ଦୀପାବଳି

କେନ୍ଦ୍ରାପଡା, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ପବିତ୍ର ଦୀପାବଳି ସାରା ବିଶ୍ୱରେ ଧୁମଧାମରେ ପାଳିତ ହେଉଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଏକ ଭିନ୍ନ ଶୈଳିରେ ପାଳନ କରିଥିବାର ଦେଖାଯାଇଛି । ସହରର ମନକରପୁରସ୍ଥିତ ରାଜ୍ୟ ସରକାରଙ୍କ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ରେସୱା ସ୍ୱଧାର ଗୃହରେ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ସମୟରେ ପହଁଚି ସ୍ୱଧାର ଗୃହର ଅନ୍ତେବାସୀମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ଅନ୍ତେବାସୀମାନଙ୍କ ସୁଖଦୁଃଖ ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କର କେତେକ ସମସ୍ୟା ଓ ଆବଶ୍ୟକତାକୁ ପୁରଣ କରିବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସାଙ୍ଗରେ ନେଇଥିବା ମହମବତୀ ଓ ଦୀପ ପ୍ରଭୃତିକୁ ଲଗାଇ ଦୀପାବଳିର ଖୁସି ମନାଇ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଂଟନ କରି ସେମାନଙ୍କ ଶୁଭ ମନାସିଥିଲେ । ଆଧାର ନଥିବା ଅନ୍ତେବାସୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରି ସେମାନଙ୍କ ଆବଶ୍ୟକତା ପୁରଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଜିଲ୍ଲା କାର୍ଯ୍ୟକ୍ରମ ସହାୟକ ସଞ୍ଜୟ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *