Sunday , October 1 2023
Home / ଶିକ୍ଷା / ସମସ୍ୟା ଘେରରେ ବୋଇଲ ସ୍ୱପ୍ନେଶ୍ୱର ବାଳାଶ୍ରମ : ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଦାବି

ସମସ୍ୟା ଘେରରେ ବୋଇଲ ସ୍ୱପ୍ନେଶ୍ୱର ବାଳାଶ୍ରମ : ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଦାବି

ସାଲେପୁର ୨୯/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା: ସଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଂଚାୟତ ବୋଇଲୋ ଗ୍ରାମରେ ଅବସ୍ଥିତ ସ୍ୱପ୍ନେଶ୍ୱର ବାଳାଶ୍ରମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ୧୯୮୫ ମସିହାରୁ ସ୍ଥାପିତ ଏହି ବାଳାଶ୍ରମ ଦୀର୍ଘ ୩୪ ବର୍ଷ ହେଲା ଏଠାରେ ବିଭିନ୍ନ ଘାତ ପ୍ରତିଘାତ ଦେଇ ଚାଲି ରହିଛି । ଏଠାରେ କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରୁ ଶିଶୁମାନଙ୍କୁ ଆବାସିକ ଶିକ୍ଷା ପ୍ରଦାନ ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଏହି ଅନୁଷ୍ଠାନ ବହନ କରିଥାଏ । ଦୀର୍ଘ ବର୍ଷ ଧରି ଏହି ଅନୁଷ୍ଠାନ ନଦୀବେ୍େଟିତ ମହାନଦୀ-ଚିତ୍ରୋପôଳା ଦ୍ୱିପାଂଚଳ ରେ ଅବସ୍ଥିତ ହୋଇଥିଲେ ହେଁ ଅଦ୍ୟାବଧି ଏହାର ଭିତିିଭୂମିରେ ବିଶେଷ ଉନ୍ନତି ସାଧିତ ହୋଇପାରି ନାହିଁ । ଉପଯୁକ୍ତ କୋଠାଘର ନିର୍ମାଣ, ଅନ୍ତେବାସୀ ପିଲାମାନଙ୍କ ପାଇଁ ଉନ୍ନତ ପରିବେଶ, ଦୁଇଏକର ପରିମିତ ଏହାର ପରିସରକୁ ପ୍ରାଚୀର ବେଷ୍ଟିତ କରିବା , ପରିସରରେ ଲାଇବ୍ରେରୀ ଗୃହ, ଭୋଜନଗୃହ ସହ ଡ଼ାଇନିଙ୍ଗ୍ ଟେବୁଲ ଚେୟାର, ଅନ୍ତେବାସୀମାନଙ୍କ ପାଇଁ ଶିଶୁ ଉଦ୍ୟାନ ଓ ଝୁଲିବା ବ୍ୟବସ୍ଥା ତଥା ଖେଳକୁଦ ପାଇଁ ପଡ଼ିଆ ନିର୍ମାଣ ଓ ଖେଳସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି ବୋଲି ସଂପାଦକ ସୁବାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଅନୁଷ୍ଠାନର ଅନ୍ତେବାସୀ ମାନେ ଏଠାରେ ରହି ଶିକ୍ଷାଲାଭ ଉପରେ ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇପାରିଥିବା ବେଳେ ଏଭଳି ଅନୁଷ୍ଠାନ କୁ ଅଧିକ ଆର୍ଥିକ ସହାୟତା, ତୁରନ୍ତ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ସରକାରୀ ଅନୁଦାନ ରୁ ମିଳୁଥିବା କର୍ମଚାରୀ ଦରମା ନିୟମିତ ପ୍ରଦାନ କରାନଗଲେ ଅନୁଷ୍ଠାନର ସୁପରିଚାଳନା ବାଧାପ୍ରାପ୍ତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ଦିଗରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ , ବୁଦ୍ଧିଜିବୀ , ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମତପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *