Sunday , October 1 2023
Home / ରାଜନୀତି / ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା 

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା 

ତାରପୁର,୨୯/୧୦/୨୦୧୯(ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଘୋଷଣା କରିଚନ୍ତି । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ରକ୍ତଦାନ ସେବା ଓ କଲ୍ୟାଣ , ବିପନ୍ନ ଓଡ଼ିଆଙ୍କୁ ସହାୟତା ପ୍ରଦାନ କରିବା ଏହାର ମୁଖ୍ୟ ଅଟେ । ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ଜୋନ୍- ୨ ଜିଲାପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ରଙ୍କୁ ଏଥିରେ ସଭ୍ୟଭାବେ ନିଯୁକ୍ତି ଦେଇଥିବାରୁ ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ସମେତ ତାରପୁର ସମିତି ସଭ୍ୟ ସରୋଜ କୁମାର ଦାଶ, ବିଦ୍ୟାଧରପୁର ସରପଂଚ ସୂର୍ଯ୍ୟନାରାୟଣ ନାୟକ, ସାଂସଦ ପ୍ରତିନିଧି ଗୌତମ ପାଲିତ ,  ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ, ଅନୀଲ ମହାନ୍ତି, ଶର୍ମିଷ୍ଠା ସ୍ୱାଇଁ, ଜାନକୀ ବଲଭ ସ୍ୱାଇଁ,  ଶାନ୍ତିଲତା ଦ୍ୱିବେଦୀ, ବିଜୟ କୁମାର ସ୍ୱାଇଁ,  ମାନସ ଦାସ, ଅନ୍ତର୍ଯ୍ୟାମୀ ସାମଲ,  ଡ଼ମ୍ବରୁଡଧର ବେହେରା,ସୁଭ୍ରାନ୍ତ ସ୍ୱାଇଁ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *