ଆଳି, ୨୯/୧୦/୨୦୧୯(ଓଡ଼ିଶା ସମାଚାର)-ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମାଛଚାଷ କରିବାର ପ୍ରଣାଳୀ ଉପରେ ଏକ ପ୍ରଶିକ୍ଷଣ ଶିବିର ଆଳି ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲା ମତ୍ସ୍ୟ ଧିକାରୀ ମମତା ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ବିଡିଓ ଜୟନ୍ତ କୁମାର ପୃଷ୍ଟି ଯୋଗଦେଇ ମହିଳାମାନେ କିପରି ମାଛଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଉପରେ ବୁଝାଇଥିଲେ । ଆଳି ମତ୍ସ୍ୟ ଚାଷ ବିଭାଗର ଭାରପ୍ରାପ୍ତ ଅଧିକାରୀ ମନୋରଂଜନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବ୍ଲକର ୩୫ ସ୍ୱୟଂସହାୟକ ଗୋଷ୍ଠୀର ୧୫୦ରୁ ଊଦ୍ଧ୍ୱର୍ ସଦସ୍ୟ ଉପସ୍ଥିତ ଥିଲେ । ସତ୍ୟଭାମା ଜେନା ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର