Sunday , October 24 2021
Breaking News
Home / ତାଜା ଖବର / ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ – ଦୁଇ ସାଙ୍ଗ ଅଟକ

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ – ଦୁଇ ସାଙ୍ଗ ଅଟକ

କୁଜଙ୍ଗ,୨୯/୧୦/୨୦୧୯(ଓଡ଼ିଶା ସମାଚାର)-ତାଳଦଣ୍ଡା ଜୟଶଂଖପୁରର ମହାନଦୀ କୂଳରୁ କୁଜଙ୍ଗ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ପାରାଦ୍ୱୀପ ମଧୁବନର ଚନ୍ଦ୍ରଶେଖର ଦାସ(୩୦) ବୋଲି ଜଣାପଡିଛି । ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେବାପରେ ମୃତକଙ୍କ ଦୁଇଜଣ ସାଙ୍ଗକୁ ପୁଲିସ ଅଟକରଖି ପଚରାଉଚୁରା କରୁଛି । ରବିବାର ଚନ୍ଦ୍ରଶେଖର ସାଙ୍ଗମାନଙ୍କ ସହ ଭୋଜିକରି ଗାଧୋଇବାକୁ ଯାଇଥିବା ବେଳେ ତିର୍ତୋଲ ଅଂଚଳରେ ମହାନଦୀରେ ନିଖୋଜ ହୋଇଯାଇଥିଲେ । ଏହି ଖବର ଶୁଣି ତାଙ୍କର ମା’ ଓ ୪ ଭଉଣୀ ଦୁଃଖରେ ଭାଙ୍ଗି ପଡିଛନ୍ତି । କାରଣ ଗତ କିଛିଦିନ ତଳେ ତାଙ୍କ ପିତାଙ୍କ ମୃତୁ୍ୟ ହୋଇଥିଲା ଏବଂ ସେ ପିତାଙ୍କ ବଦଳରେ ଡିଏଲଆର ରେ ପାରାଦ୍ୱୀପ ବନ୍ଦରରେ କାମ କରୁଥିଲେ । ତେବେ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ମାମୁଁ ପ୍ରଫୁଲ୍ଲ ପଟ୍ଟନାୟକ ଥାନାରେ ଏତଲା ଦେବାପରେ କୁଜଙ୍ଗ ଥାନାଧିକାରୀ ଦିଲୀପ କୁମାର ସାହୁ ତଦନ୍ତ କରିବାସହ ସନ୍ଦେହରେ ଦୁଇଜଣ ସାଙ୍ଗକୁ ଥାନାରେ ଅଟକରଖି ପଚାରାଉଚୁରା ଚଳାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *