ଭୁବନ,୨୯/୧୦/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଳକ ଅର୍ନ୍ତଗତ ମଠକରଗୋଳା ମହାବିଦ୍ୟାଳୟ ଚଳିତ ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପ୍ରଥମ ଦଶ ଜଣିଆ (ଟପ୍ ଟେନ୍ ) ତାଲିକାରେ ଦର୍ଶନ ( ସମ୍ମାନ )ବିଭାଗର ଛାତ୍ରୀ ଅବନ୍ତୀ ସାମଲ ଚତୁର୍ଥ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି । ମହାବିଦ୍ୟାଳୟ ପାଇଁ ଗୈାରବ ଆଣିଥିବା ଛାତ୍ରୀ ସୁଶ୍ରୀ ସାମଲ ଙ୍କୁ ମହାବିଦ୍ୟାଳୟର ଅଧକ୍ଷ, ଦର୍ଶନ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ହୃଷିକେଶ ସାହୁ, ଅଧ୍ୟାପକ ସୁରେନ୍ଦ୍ର କୁମାର ସିଂହ, ଅଧ୍ୟାପିକା ପ୍ରମୋଦିନୀ ପରିଡ଼ା, ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମାର୍ଗଦର୍ଶନ ଓ ପ୍ରେରଣା ଦାୟକ ପରାମର୍ଶ କର୍ମ କ୍ଷେତ୍ରରେ ଉସôାହିତ କରିବା ସହିତ ତାଙ୍କୁ ଏହି ସଫଳତା ଆଣି ଦେଇଛି । ଶ୍ରେଣୀରେ ନିୟମିତ ଉପସ୍ଥିତ ହେବା, ନୋଟ୍ ପ୍ରସ୍ତୁତ କରି ଅଧ୍ୟୟନ କରିବା ସହିତ ପିତାମାତାଙ୍କ ଆର୍ଶୀବାଦ ଓ ଭଗବାନଙ୍କ କରୁଣା ଯୋଗୁ ତାଙ୍କୁ ଏହି ସଫଳତା ମିଳିଛି ଏବଂ ଭବିଷ୍ୟତରେ ସେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୁଶ୍ରୀ ସାମଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର