Friday , October 29 2021
Home / ରାଜନୀତି /   ବିଜୂ ଜନତା ଦଳର ଜନ ସର୍ମ୍ପକ ପଦଯାତ୍ରା 

  ବିଜୂ ଜନତା ଦଳର ଜନ ସର୍ମ୍ପକ ପଦଯାତ୍ରା 

 ଗରଦପୁର,ତା୨୯/୧୦(ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ପକ୍ଷରୁ ଆଜି ପଦଯାତ୍ରା କରାଯାଇଛି । ପାଟକୁରା ନିର୍ବଚନ ମଣ୍ଡଳୀର ମାଣିକପୁର ହନୁମାନ ଛକ ଠାରୁ ବାଜା ରୋଷଣୀ ସହିତ ଦଳୀୟ କର୍ମକର୍ତାମାନେ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ଦଳୀୟ କର୍ମକର୍ତାମାନେ ନୂଆପଡା ବଜାର ,ବିଚଣା, ହରିଦାସପୁର, ବେଡାରୀ. ପାଟକୁରା ବଜାର ଦେଇ  ଗରଦପୁର ଓ କଳାବୁଦା ପର୍ଯ୍ୟନ୍ତ କରାଯାଇଥିଲା । ପାଟକୁରା ବିଧାୟିକାଙ୍କ ପୁତ୍ର ସଞ୍ଜୟ କୁମାର ଅଗ୍ରୱାଲ, ଗରଦପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି ରାକେଶ ମହାପାତ୍ର, ଗରଦପୁର ବ୍ଲକ ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି, ପଦ୍ମପୁର ସରପଂଚ ସୂର୍ଣ୍ଣଲତା ରାଉତ, କଳାବୁଦା ସରପଂଚ ପ୍ରକାଶ କୁମାର ସାହୁ, ତଳକୁସୁମା ପଂଚୟତର ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି, ବେଡାରୀ ପୂର୍ବତନ ସରପଂଚ ରବିନ୍ଦ୍ରନାଥ ବାରିକ୍, ସରପଂଚ ଅରୁଣକୁମାର ନାୟକ, ଯୁବନେତା ଦୀପକ କୁମାର ରାଉତ ପ୍ରମୁଖ ଶତାଧିକ ଦଳୀୟ କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ପାଟକୁରାସ୍ଥିତ କହ୍ନେଇଲାଲ ଜୀଉଙ୍କ ମନ୍ଦିର ନିକଟ ଓ ବେଡାରୀ ଗଜଲକ୍ଷ୍ମୀ ଛକ ନଦୀବନ୍ଧରେ ପଦଯାତ୍ରା ଦଳକୁ ଦଳୀୟ କର୍ମୀମାନେ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଗଣେଣ୍ୱର କୁଣ୍ଡ, ସରୋଜକାନ୍ତ ନାୟକ,ସରପଂଚ ସୂର୍ଯ୍ୟମଣି ସେଠୀ,ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ଦିଲିପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦଯାତ୍ରାରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଥିଲେ । ବିଧାୟିକାଙ୍କ  ଅନୁପସ୍ଥିତିକୁ ନେଇ ଦଳୀୟ କର୍ମୀମାନେ ନାନାଦି  ଆଲୋଚନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କଟକ ସଦର ବ୍ଲକ୍ ୫ ଗୋଟି ପଞ୍ଚାୟତର ଅଣସଂରକ୍ଷିତ ଆସନରୁ ଆଉ ଥରେ ରିପିଟ୍ ହେଵାକୁ ଜନପ୍ରତିନିଧି ଙ୍କ ପ୍ରୟାସ

କଟକ ସଦର , ୨୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ୍ ଅନ୍ତର୍ଗତ ଅଣସଂରକ୍ଷିତ ଵାରଦା, ପ୍ରହରାଜପୁର, ପରମହଂସ,ଧରିଣା ଓ …

Leave a Reply

Your email address will not be published. Required fields are marked *