କେନ୍ଦ୍ରାପଡା ୨୯/୧୦/୨୦୧୯(ଓଡ଼ିଶା ସମାଚାର)-ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଇଛାପୁର ଅଂଚଳର ସୂର୍ଯ୍ୟ ନାରାୟଣ ଦାସ ନାମକ ଜଣେ ଯୁବକ ଦୀପାବଳୀ ଉପଲକ୍ଷେ ବାଣ ଫୁଟାଉଥିବା ବେଳେ ଅସାବଧାନତା ହେତୁ ତାଙ୍କ ହାତରେ ଏକ ବାଣ ଫୁଟିଯିବାରୁ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର