Thursday , September 28 2023
Home / ତାଜା ଖବର / ବଳାତ୍କାର କରି ଯୁବକ ଜେଲ ଗଲେ

ବଳାତ୍କାର କରି ଯୁବକ ଜେଲ ଗଲେ

ଗରଦପୁର,ତା୨୯/୧୦(ଓଡ଼ିଶା ସମାଚାର) ଜନୈକା ବିବାହିତା  ମହିଳାଙ୍କୁ ବଳାତ୍କାର କରି ଜଣେ ଯୁବକ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ଗୋତ୍ରବିଲ ଗ୍ରାମର ସୁକୁଟା  ଓରଫ ଅଞ୍ଜନ କୁମାର ବେହେରା(୨୮)ଏହି ଥାନା ଅନ୍ତର୍ଗତ ଡାହାଳପୁର ଗ୍ରାମର ଜନୈକା ୨୫ ବର୍ଷିଆ ବିବାହିତା ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ । ସମ୍ପୃକ୍ତ ବିବାହିତା ମହିଳାଙ୍କ ସ୍ୱାମୀ ଗୁଜୁରାଟରେ ରହୁଥିବାରୁ ସୁକୁଟା ସମ୍ପୃକ୍ତ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ତଦନ୍ତକାରୀ ପାଟକୁରା ପୁଲିସ୍ ସବ୍-ଇନିସପେକ୍ଟର ଜ୍ୟୋତିରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ସମ୍ପୃକ୍ତ ମହିଳା ଏଥିରେ ପ୍ରତିବାଦ କରି ଗତ୧୨ତାରିଖ ଦିନ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ୩୧୧/୧୯ ନମ୍ବରରେ ୩୭୬(୨ଏନ୍) ଦଫାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁକୁଟାକୁ ଗିରଫ କରାଯାଇଛି । ଆଜି ଅଭିଯୁକ୍ତ ସୁକୁଟାକୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *