କିଛି ତ ଲାଗେନି ଭଲ
ଶୂନ୍ୟତା ର
ଅନ୍ୟ ନାମ ବୋଧେ ପ୍ରେମ
ନିଜ ଭିତରେ
ନିଜକୁ ହଜାଇଦେଲା ପରେ
ତୁମେ ଭାରି ମନେପଡ଼
ଆକାଶର ଆକାଶିଆ
ଛାତିରେ
ଦିଶେ ତୁମ ମୁଁହ
ନିଃଶବ୍ଦତାର
ନିନାଦରେ
ଶୁଭେ ତୁମ କଥା.
ବିତିଥିବା ମୁହୂର୍ତ୍ତ ମାନେ ଖୁବ
ମନେ ପଡନ୍ତି ..
ସ୍ୱପ୍ନ ସବୁ ବାଟବଣା
ପୂର୍ବାକାଶେ ମେଘର
ଭାଙ୍ଗିବାର
ଭରା ପ୍ରୟାସ
ତମେ ବୋଧେ ଝୁରୁଥାଅ..
ନିଃସଙ୍ଗତାର ପରିସୀମା
କାହିଁକି ଲମ୍ବିଯାଏ.??
ଅଜାଣତେ କୋହ ରେ
ଭରିଆସେ ଆଖି
ଲୁହ ସବୁ ଲଂଘୁଥାଏ କୂଳ…
-0-
ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା