Friday , January 28 2022
Breaking News
Home / ବିଶେଷ / ନଳକୂପ ଚୋରୀ ଯୋଗୁ ଜନ ଅସନ୍ତୋଷ

ନଳକୂପ ଚୋରୀ ଯୋଗୁ ଜନ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,୨୯/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ନେମାଳ ଥାନା ଅନ୍ତର୍ଗତ ପୁରୁଣାପାରି କେନାଲ ସେତୁ ପାଶ୍ୱର୍ରେ ଥିବା ଏକ ନଳକୂପକୁ କେହି ଦୁର୍ବୃତ ଗତ ରାତିରେ ଚୋରାଇ ନେଇ ଥିବାରୁ ପୁରୁଣାପାରି ଓ ଦାମମୋଦରପୁର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହି ନଳକୂପ ସ୍ଥାପନ କରାଯାଇଥିଲା । ଏହା ଦ୍ୱାରା ସ୍ଥାନୀୟ ଲୋକେ ଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ବାଟୋଇଙ୍କର ଜଳକଷ୍ଟ ଦୂର ହୋଇଥିଲା । କିଛିଦିନ ପୂର୍ବରୁ ଏହି ନଳକୂପ ଚୋରୀ ହୋଇଥିବାର ନଜିର ରହିଛି । ଏଥିନେଇ ଲୋକେ ଏହି ହୀନ କାର୍ଯ୍ୟର ଦୃଢ଼ନିନ୍ଦା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *