Friday , October 22 2021
Breaking News
Home / ବିଶେଷ / ଗାଡ଼ି ଚୋରାଇଥିବା ଦୁର୍ବୃତଙ୍କ ପତାମିଳିନାହିଁ

ଗାଡ଼ି ଚୋରାଇଥିବା ଦୁର୍ବୃତଙ୍କ ପତାମିଳିନାହିଁ

ନିଶ୍ଚିନ୍ତକୋଇଲି ୨୯/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)-ଗତ ଶନିବାର ରାତିରେ ମହାକାଳପଡ଼ା ଅଂଚଳର ସୁନୀଲ ମନୋହର ଦାସ ତାଙ୍କ ଆପାଚି ଗାଡ଼ି ନଂ ଓଡ଼ି ୩୩ୱାଇ ଯୋଗେ ଭୁବନେଶ୍ୱରରୁ ନିଜ ଘରକୁ ଯାଉଥିଲେ । କେତେକ ଦୁର୍ବୃତ କାରରେ ତାଙ୍କୁ ପିଛା କରୁଥିଲେ । କଟରପଡ଼ା ନିକଟରେ ଏକୁଟିଆ ପାଇ ମୋଟର ସାଇକେଲ ଛଡ଼ାଇ ନେଇଥିଲେ । ଏ ଘଟଣାରେ ଶ୍ରୀ ଦାସ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏଯାବତ୍ ଦୁର୍ବୃତଙ୍କ ସନ୍ଧାନ ମିଳିନଥିବା ଜଣାପଡ଼ିଛି । ନିଶ୍ଚିନ୍ତକୋଇଲି ଅଂଚଳରେ ଚୋରି ଓ ରାହାଜାନୀ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *