Monday , October 18 2021
Breaking News
Home / ବିଶେଷ /      କାଳି ପୂଜା ପାଇଁ ନୂଆପଡା ବଜାର ଉତ୍ସବ ମୂଖର 

     କାଳି ପୂଜା ପାଇଁ ନୂଆପଡା ବଜାର ଉତ୍ସବ ମୂଖର 

ଗରଦପୁର,ତା୨୯/୧୦(ଓଡ଼ିଶା ସମାଚାର) – ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ବଜାର ଠାରେ ପାରମ୍ପାରିକ  ଭାବରେ ୪୨ତମ ଶ୍ୟାମା କଳୀ ପୂଜା ଉତ୍ସବ ରବି ବାର ଠାରୁ ଆରମ୍ଭ ହୋଇଛି । ପୂଜା ମଣ୍ଡପରେ ମା’ ଙ୍କର ମୃଣ୍ମୟୀ ମୂର୍ତୀ ନିର୍ମାଣ କରାଯାଉ ପୂଜାର୍ଚ୍ଚନା କରାଯାଉଛି । ଏଥି ପାଇଁ ନୂଆପଡା ବଜାରକୁ ବିଭିନ୍ନ ରଙ୍ଗ,ବେ-ରଙ୍ଗ ଆଲୋକମାଳାରେ ସୁ-ସଜ୍ଜିତ କରାଯାଇଥିବାରୁ ବଜାର ପରିସର ଝଲସି ଉଠିଛି । ପୂଜା ଉତ୍ସବ ପାଇଁ ବଜାର ପରିସର ଚଳ ଚଳ ହୋଇପଡିଛି । ଶ୍ୟାମା କାଳା ପୂଜା କମିଟ୍,ଚିତ୍ରୋପôଳା ବଜାର କମିଟ୍ ଓ ନୂଆପଡା ଗ୍ରାମବାସୀମାନଙ୍କ ପକ୍ଷରୁ ଏହି ପୂଜା ଉତ୍ସବ ୭ ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ପୂଜା କମିଟ୍ ସଭାପତି ହେମନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ସ୍ଥାନୀୟ ଆଖ ପାଖ ଅଂଚଳରେ କାଳୀ ପୂଜା କରାଯାଉ ନ ଥିବାରୁ ଶ୍ୟାମାକାଳୀ ପୂଜା ଦେଖିବା ପାଇଁ ଏହି ସ୍ଥାନକୁ ପ୍ରତ୍ୟେହ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଆସି ଥାଆନ୍ତି ବୋଲି ଚିତ୍ରୋପôଳା ବଣିକ ସଂଘର ସଭାପତି ନିରଞ୍ଜନ ଦାସ ଓ ଉପଦେଷ୍ଟା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ ପ୍ରକାଶ କରିଛନ୍ତି । ପାଗ ଅନୁକୂଳ ରହିଥିବାରୁ ପ୍ରତ୍ୟେହ ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ନିକଟରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ଭିଡ ପରିଲକ୍ଷିତ ହେଉଛି । ଆଜି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସଭାପତି ଶ୍ରୀ ସେଠୀ ପକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *