Monday , October 18 2021
Breaking News
Home / ତାଜା ଖବର / କାନ୍ଥପଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଆହତ

କାନ୍ଥପଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଆହତ

ଜଗତସିଂହପୁର, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁନଙ୍ଗ ପଂଚାୟତରେ ୩ଦିନ ଧରି ଲଗାଣବର୍ଷାରେ ଓଦା ହୋଇ ଏକ ମାଟିକାନ୍ଥ ପଡିଯିବାରୁ ସ୍ୱାମୀଙ୍କ ମୃତୁ୍ୟ ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି । ରବିବାର ଅପରାହ୍ଣରେ ମାଟିକାନ୍ଥ ଧସି ପଡିବାରୁ ପୁନଙ୍ଗ ଗ୍ରାମର ବାବାଜୀ ଭୋଇ (୭୫) ଏବଂ ତାଙ୍କ ପତ୍ନୀ ହୀରାଦେବୀ (୭୦) ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଜଗତସିଂହପୁର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ବାବାଜୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡମେଡିକାଲକୁ ପଠାଯାଇଥିଲା । ସେଠାରେ ରାତି ୧୧ଟାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବିଧାୟକ ଓ ଜିଲାପାଳଙ୍କୁ ଜଣାଇବା ପରେ ସୋମବାର ତହସିଲଦାର ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଯାଇ ତଦନ୍ତ କରିଛନ୍ତି । ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ଆହତ ହୀରାଦେବୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦୁଇ ବନ୍ଧୁକ ବେପାରୀ ଗିରଫ – ୨ ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ

କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି …

Leave a Reply

Your email address will not be published. Required fields are marked *