Sunday , October 17 2021
Breaking News
Home / ବିଶେଷ / ଅଲ୍ ଓଡିଶା ବିପିୟୁଟି ଓ ଡିପ୍ଲୋମା ଷ୍ଟୁଡେଂଟ ଅର୍ଗାନାଇଜେସନ୍ ର କାର୍ଯ୍ୟକାରୀଣୀ ବୈଠକ

ଅଲ୍ ଓଡିଶା ବିପିୟୁଟି ଓ ଡିପ୍ଲୋମା ଷ୍ଟୁଡେଂଟ ଅର୍ଗାନାଇଜେସନ୍ ର କାର୍ଯ୍ୟକାରୀଣୀ ବୈଠକ

ଭୁବନେଶ୍ୱର,୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଂଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡିଶା ଡିପ୍ଲୋମା ଷ୍ଟୁଡେଂଟ ଅର୍ଗାନାଇଜେସନ୍ (ଏଓଡିଏସଓ)ର ସଂଘର କାର୍ଯାଳୟରେ ଏକ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ତଥା ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ, ଉପ-ପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ, ଉପଦେଷ୍ଟା ନିହାର ରଞ୍ଜନ ବେହେରା, ଧ୍ରୃତି ମାର୍ଥା, ଆଲୋକ ବେହେରା, ପଲ୍ଲବ ଲିମା ଉପସ୍ଥିତ ରହି ବିପିୟୁଟି ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ଚଳିତ ବର୍ଷ ହେବାକୁ ଥିବା ନୂତନ କର୍ମକର୍ତା ଚୟନ ପାଇଁ ଆଲୋଚନା କରାଯାଇଥିଲା ।
ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଛାତ୍ର ବିଜେଡିର ପୁର୍ବତନ ରାଜ୍ୟ ସମ୍ପାଦକ ବାସୁଦେବ ସା ଙ୍କୁ ଉପପ୍ରତିଷ୍ଠାତା, ଏଓଡିଏସଓର ମୁଖ୍ୟ ସଂଗଠକ ଭାବେ ପୁର୍ବତନ ସଭାପତି ଅନନ୍ତ ନାରାୟଣ ଜେନା, ଏଓବିଏସଓ ର ମୁଖ୍ୟ ସଂଗଠକ ଭାବେ ପୂର୍ବତନ ସଭାପତି ପବନ୍ ସ୍ୱାଇଁ ସର୍ବସହମତି କ୍ରମେ ଦାୟିତ୍ୱ ନେଲେ ଏବଂ ରଶ୍ମୀ ରଞ୍ଜନ ଦାସ ଓ ଦିପ୍ତେନ୍ଦୁ ଚୌଧୂରୀଙ୍କୁ ସଂଘରୁ ବାଦ୍ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଅଭିନବରେ ଦଶହରା – ୧୦ ମା’ଙ୍କୁ ସହାୟତା

ଭୁବନେଶ୍ୱର, ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା କରିଥିଲ ଆଦିତ୍ୟ ଫାଉଣ୍ଡେସନ୍ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ଏହି …

Leave a Reply

Your email address will not be published. Required fields are marked *