Saturday , October 16 2021
Breaking News
Home / ଶିକ୍ଷା / ମଧ୍ୟାହ୍ନଭୋଜନରେ ଝିଟିପିଟି, ୫୭ ଛାତ୍ରଛାତ୍ରୀ ଅସୁସ୍ଥ – ମେଡିକାଲ ପରିସରରେ ଉତେଜନା, ପ୍ରଧାନଶିକ୍ଷକଙ୍କୁ ଠେଲାପେଲା

ମଧ୍ୟାହ୍ନଭୋଜନରେ ଝିଟିପିଟି, ୫୭ ଛାତ୍ରଛାତ୍ରୀ ଅସୁସ୍ଥ – ମେଡିକାଲ ପରିସରରେ ଉତେଜନା, ପ୍ରଧାନଶିକ୍ଷକଙ୍କୁ ଠେଲାପେଲା

ଭଦ୍ରକ,୨୭/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୫୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ବିଧାୟକ ସଞ୍ଜୀବ ମଲ୍ଲିକ, ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଭଦ୍ରକ ବିଡିଓ ଉମେଶ ଚନ୍ଦ୍ର ମଲ୍ଲିକ, କେଦାରପୁର ସରପଂଚ ଭରତ ତ୍ରିପାଠୀ ଓ ପୂର୍ବତନ ଜିଲା ପରିଷଦ ସଭ୍ୟ ଯୋଗେନ୍ଦ୍ର ଘଡ଼େଇ ପ୍ରମୁଖ ଡାକ୍ତରଖାନାରେ ପହଂଚି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି । ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲରେ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନକୁ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଖାଇଥିଲେ । କିନ୍ତୁ ଭାତ ଭିତରୁ ଏକ ଝିଟିପିଟି ଲାଙ୍ଗୁଡ଼ ବାହାରିଥିଲା । ଏହା ଦେଖି ପ୍ରଧାନଶିକ୍ଷକ ଜନ୍ମେଜୟ ପଣ୍ଡା ଓ ଅନ୍ୟ ଶିକ୍ଷକ ମାନେ ବଳକା ମଧ୍ୟାହ୍ନ ଭୋଜନକୁ ଫିଙ୍ଗି ଦେଇଥିଲେ । ମାତ୍ର ସେତେବେଳକୁ ପିଲାମାନେ କିଛି ଖାଦ୍ୟ ଖାଇସାରିଥିଲେ । ଶନିବାର ହୋଇଥିବାରୁ ୧୧ ଘଟିକାରେ ସ୍କୁଲ ଛୁଟି ହୋଇଥିଲା । ଘରକୁ ଯିବା ପରେ ପିଲାଙ୍କ ମୁଣ୍ଡ ବୁଲାଇବା ଓ ପେଟରେ ଯନ୍ତ୍ରଣା ହେବାରୁ ଧୀରରେ ଧୀରେ ଜଣକ ପରେ ଜଣେ ଅସୁସ୍ଥ ହୋଇଥିଲେ । ସ୍ଥାନୀୟ ସରପଂଚ ଭରତ ତ୍ରିପାଠୀ ଆମ୍ବୁଲାନ୍ସ ଡକାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲା ଚିକିସôାଳୟକୁ ଆଣିଥିଲେ । ତେବେ ସ୍କୁଲର ପ୍ରଧାନଶିକ୍ଷକ ମେଡିକାଲକୁ ନ ଆସିବାରୁ ମେଡିକାଲ ପରିସରରେ ଉତେଜନା ଦେଖାଦେଇଥିଲା । ପରବର୍ତୀ ସମୟରେ ପ୍ରଧାନଶିକ୍ଷକ ମେଡ଼ିକାଲରେ ପହଂଚିବାରୁ ଅଭିଭାବକ ମାନେ ତାଙ୍କୁ ଠେଲାପେଲା କରି ସେଠାରୁ ସେ ଚରଲିଯିବାକୁ ଦାବି କରିଥିଲେ । ୫୧ ଜଣ ଛାତ୍ରୀଛାତ୍ର ପ୍ରାଥମିକ ଚିକିସôା ପରେ ଫେରିଯାଇଥିବା ବେଳେ ୬ ଜଣ ଚିକିସôାଧୀନ ରହିଥିବା ଜଣାପଡ଼ିଛି । କିନ୍ତୁ ସେମାନେ ବିପଦମୁକ୍ତ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ପୂଜା ଛୁଟି ପରେ ସ୍କୁଲ ଖୋଲିବ

ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ ନୁହେଁ । କରୋନା ସ୍ଥିତି ଏବେ ରାଜ୍ୟରେ ନିୟନ୍ତୟଣାଧିନ ରହିଛି …

Leave a Reply

Your email address will not be published. Required fields are marked *