Saturday , October 23 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୋଲସରାରେ ସିରିଜ୍ ବୋମା ମାଡ଼, ୨ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ପୋଲସରାରେ ସିରିଜ୍ ବୋମା ମାଡ଼, ୨ ଗୁରୁତର ଆହତ

ପୋଲସରା, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲା ପୋଲସରା ବସଷ୍ଟାଣ୍ଡରେ ବୋମା ମାଡ଼ ହୋଇଛି । ଲୋକମାନେ ବସ୍ କୁ ଅପେକ୍ଷା କରିଥିବାବେଳେ ଦୁର୍ବୃତ ବାଇକ୍ ରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ସେହିପରି ପୋଲସରା ବଜାର ଛକ ଓ ରାଣିପଡ଼ା ଛକ ରେ ଦୁର୍ବୃତ ୨ ଟି ବୋମା ମାଡ଼ କରିଛନ୍ତି । ସେହିପରି ବାଲିଘାଇ ଛକରେ ମଧ୍ୟ ଗୋଟିଏ ବୋମା ମାଡ଼ ହୋଇଛି । କ୍ରମାଗତଭାବେ ୫ ଟି ବୋମା ମାଡ଼ ହୋଇଛି । ଏଭଳି ସିରିଜ ବୋମା ମାଡ଼ର କାରଣ ଜଣାପଡ଼ିନାହିଁ । ତେବେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଥିବାବେଳେ ତାଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିପାରିନାହିଁ । ଖବର ପାଇ ପୋଲିସ୍ ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *