Sunday , September 25 2022
Home / ଶିକ୍ଷା / ଶିଶୁ ମହୋତ୍ସବ ‘ସୁରଭି’

ଶିଶୁ ମହୋତ୍ସବ ‘ସୁରଭି’

ଡାବୁଗାଁ, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଶିଶୁ ମହୋତ୍ସବ ‘ସୁରଭି’ ୨୦୧୯ ଅନୁଷ୍ଠିତ ହୋଇଛି । ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ପ୍ରଚେଷ୍ଟା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ବିଭାଗରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଭିନ୍ନ କ୍ଲଷ୍ଟରରେ ପ୍ରତିଯୋଗିତା ଗୁଡିକରେ ଯେଉଁମାନେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ଜିଲାସ୍ତରରେ ଭାଗ ନେବେ ବୋଲି ଜଣାପଡିଛି । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଇଓ ପ୍ରଶାନ୍ତ କୁମାର ହୋତା, ଏବିଇଓ ମହେଶ ଚନ୍ଦ୍ର ଶାହା, ଏବିଇଓ ଲକ୍ଷ୍ମୀକାନ୍ତ ବାହିନୀପତି, ଏବିଇଓ ଅଞ୍ଜଳି ବିଶ୍ୱାସ, ସିଆରସିସି ରତିକାନ୍ତ ନାୟକ, ଅନ୍ୟ ସିଆରସିସିଙ୍କ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଇଓ, କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.