Wednesday , December 7 2022
Breaking News
Home / ବିଶେଷ / ବିଶିଷ୍ଟ ସମବାୟବିତ୍ ତଥା ଶ୍ରମିକ ବିକାଶ ପୁରୁଷ ସ୍ୱର୍ଗତ୍ ହରିଶ୍ ଗୌରାଙ୍ଗ ଙ୍କ ତୃତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ବିଶିଷ୍ଟ ସମବାୟବିତ୍ ତଥା ଶ୍ରମିକ ବିକାଶ ପୁରୁଷ ସ୍ୱର୍ଗତ୍ ହରିଶ୍ ଗୌରାଙ୍ଗ ଙ୍କ ତୃତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ଗରଦପୁର,୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ନଡିଆବରାଇ ସ୍ଥିତ ଗଜଲକ୍ଷ୍ମୀ ମଣ୍ଡପରେ ବିଶିଷ୍ଟ ସମବାୟବିତ୍ ତଥା ଶ୍ରମିକ ବିକାଶ ପୁରୁଷ ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ତୃତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୋଗାଣ, ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ହରିଶ୍ ଗୌରାଙ୍ଗ ଜଣେ ସଚ୍ଚୋଟ, ସ୍ପଷ୍ଟବାଦୀ, କର୍ତବ୍ୟନିଷ୍ଠ, ସମବାୟବିତ୍ ଓ ଶ୍ରମିକ ନେତା ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ସେ ନଡିଆବରାଇ ଗ୍ରାମର ଗାନ୍ଧୀ ଥିଲେ ବୋଲି କହିଥିଲେ । ସେ ଆହୁରିମଧ୍ୟ କହିଥିଲେ ହରିଶ୍ ଗୌରାଙ୍ଗଙ୍କ ବ୍ୟକ୍ତିତ୍ୱକୁ ମନେପକାଇ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରାଗଲେ, ତାହା ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ହରିଶ୍ ଗୌରାଙ୍ଗ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ହରିଶ୍ ଗୌରାଙ୍ଗଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିବା ସହିତ ଜନସେବା ନିମନ୍ତେ ସେ ସମବାୟ ବିଭାଗରୁ ଚାକିରୀ ଛାଡିଥିଲେ ବୋଲି କହିଥିଲେ । ସେ ଜଣେ ବିଜ୍ଞ, ବିଚକ୍ଷଣ ରାଜନୀତିଜ୍ଞ, ସମାଜସେବୀ ଥିଲେ ବୋଲି ମଧ୍ୟ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ରାଜେସ୍ ଦାସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଉପ-ସଭାନେତ୍ରୀ ଗୀତାରାଣୀ ନାୟକ, ନଡିଆବରାଇ ସରପଂଚ ଦୀପିକା ପ୍ରିୟଦର୍ଶିନୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ସ୍ୱର୍ଗତ ଗୌରାଙ୍ଗ ରାଜ୍ୟରେ ବହୁ ଶ୍ରମିକ ସଂଘରେ ସାମିଲ ହୋଇ ଶ୍ରମିକମାନଙ୍କୁ ସହଯୋଗ କରୁଥିବା ପ୍ରକାଶ କରିବା ସହିତ ତାଙ୍କର ଗୁଣଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ସମବାୟବିତ୍ ଶ୍ରୀଧର କୁମାର ଚୌଧୁରୀ, ଆକବର ଅଲ୍ଲୀ, କମୁ୍ୟନିଷ୍ଟ ନେତା ବାବାଜୀ ଧଳ, ଆଡଭୋକେଟ୍ ପ୍ରଶାନ୍ତ ସାହୁ, ଅଧ୍ୟାପକ ରମାକାନ୍ତ ପାଣି, ପ୍ରାକ୍ତନ ପ୍ରଧାନଶିକ୍ଷକ ଗୟାଧର ଜେନା, ଶିକ୍ଷକ ଭଗବାନ ବାରିକ, ଜଗନ୍ନାଥ ଚେତନା ସଂଘ ପ୍ରଚାରକ ନରେଶ କୁମାର ମହାନ୍ତି, ଭୁବନ କୁମାର ଜେନା, ଅମିୟ କୁମାର ପରିଜା, କେ.ବି. ରାଖାଲ, ଶ୍ରୀକାନ୍ତ ପରିଜା, ସୁଦିପା ମହାପାତ୍ର ପ୍ରମୁଖ ମଧ୍ୟ ସ୍ୱର୍ଗତ୍ ହରିଶ୍ ଗୌରାଙ୍ଗଙ୍କ ସଚ୍ଚୋଟତା, ଲୋକପ୍ରିୟତା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ଓ ବିଭିନ୍ନ ସମବାୟ ସମିତିର ପରିଚାଳନା ପରିଷଦରେ ରହି ସମବାୟକୁ ଦିଗ୍ଦର୍ଶନ ଦେବା ସହିତ ଆଇଏନଟିୟୁସିର କର୍ମକର୍ତା ରହି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରୁଥିବା ମଧ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ଏହି ସଭାରେ ସମାଜସେବୀ ଶ୍ରୀକାନ୍ତ ନାୟକ, ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ସଭାପତି ତଥା ଶ୍ରମିକ ନେତା ମୁକ୍ତାର ଖାଁ, ଏଆରସିଏସ୍ ଅଶୋକ ବେହେରା, ବେଡାରୀ ସମବାୟ ସମିତି ସଭାପତି ଚିତରଂଜନ ଚୌଧୁରୀ, ସମବାୟବିତ୍ ବସନ୍ତ କୁମାର ସେଠୀ, ବିଭୁ ପଟ୍ଟନାୟକ, ତଳକୁସୁମା ପୂର୍ବତନ ସରପଂଚ ଅଶୋକ ଜେନା, ଦାନପୁର ଝୋଟ ସମବାୟ ସମିତି ସଭାପତି ବିମଳ ତ୍ରିପାଠୀ, ଦୟାନିଧି ଜେନା, ତୁଷାରକାନ୍ତ ପରିଜା, ନିରଂଜନ ପରିଜା, ବରିଷ୍ଠ ସାମ୍ବାଦିକ ଧିରେନ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାଟ୍ରିକ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥବା ଛାତ୍ର ସାଗର ଭୂୟାଁଙ୍କୁ ମୁଖ୍ୟ ଅତିଥି ହରିଶ୍ ଗୌରାଙ୍ଗ ସ୍ମୃତିି ସମ୍ମାନରେ ସମ୍ମାନୀତ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ୍ ହରିଶ୍ ଗୌରାଙ୍ଗଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆୟୋଜିତ ସଭାରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନଟବର କାନୁନଗୋ ସଭାପତିତ୍ୱ କରିଥିବାବେଳେ ନଡିଆବରାଇ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନୃସିଂହ ମହାନ୍ତି ଏବଂ ମହେନ୍ଦ୍ର ପଟ୍ଟନାୟକ ସଂଯୋଜନା କରିଥିଲେ । ନଡିଆବରାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରିୟବ୍ରତ ଜେନା ଗୀତା ପାଠ କରିଥିବାବେଳେ ପରିଶେଷରେ ହରିଶ୍ ଗୌରାଙ୍ଗ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଶି୍ୱନୀ ପରିଜା, ଅଜୟ ମହାପାତ୍ର, ପ୍ରବିର ପରିଜା, ସୁଦର୍ଶନ ମାହାଳି, ନୃସିଂହ ପରିଜା, କୈଳାସ ପଟ୍ଟନାୟକ, ଧିରେନ୍ ମହାନ୍ତି, ଦେବେନ୍ଦ୍ର ପରିଜା, ଶୁଭ୍ରଜିତ୍ ପଟ୍ଟନାୟକ, ତନ୍ମୟ ପଟ୍ଟନାୟକ, ସନ୍ଦିପ୍ ପଟ୍ଟନାୟକ, ରାଜେସ୍ ପଟ୍ଟନାୟକ, ବଶିଷ୍ଠ ପଟ୍ଟନାୟକ, କିଶୋର ପଟ୍ଟନାୟକ, ନିହାର ରଂଜନ ପରିଜା, କିଶୋର ଚନ୍ଦ୍ର ମାହାଳି, ଗରଦପୁର ବ୍ଲକ୍ର ସମସ୍ତ ସମବାୟ ସମିତିର ସଂପାଦକ, ସହ-ସଂପାଦକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.