Friday , September 29 2023
Breaking News
Home / ବିଶେଷ / ବିଲହାଟ ବଜାରରେ ବିନା ଲାଇସେନ୍ସରେ ବେଆଇନ୍ ଭାବେ ଖୋଲିଛି ବହୁ ବାଣ ଦୋକାନ

ବିଲହାଟ ବଜାରରେ ବିନା ଲାଇସେନ୍ସରେ ବେଆଇନ୍ ଭାବେ ଖୋଲିଛି ବହୁ ବାଣ ଦୋକାନ

କଟକ, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଗ୍ରାମାଂଚଳରେ ଚାଲୁଥିବା କୌଣସି ପେଟ୍ରୋଳ ଚାଳିତ ଯାନ ପ୍ରଦ୍ୟୁଷଣ ପ୍ରଦ୍ୟୁଷିତ କରନ୍ତି ନାହିଁ । ଗ୍ରାମାଂଚଳରେ ଚଳାଚଳ କରୁଥିବା ଟ୍ରକ, ବସ୍, ଡ଼ିଜେଲ ଚାଳିତ ଟ୍ରାକ୍ଟର, ଚାରିଚକିଆ ଯାନ ଓ ତିନି ଚକିଆ ଯାନ କଳା ଧୂଆଁ ଛାଡ଼ି ବାୟୁ ମଣ୍ଡଳକୁ ପ୍ରଦ୍ୟୁଷିତ କରିଥାନ୍ତି । କିନ୍ତୁ ସରକାର ପ୍ରଦୁ୍ୟଷଣ ନିୟନ୍ତ୍ରଣ କରିବା ପାଇଁ ଦୁଇ ଚକିଆ ଠାରୁ ଆରମ୍ଭ କରି ସମସ୍ତ ଯାନ ବାହାନ ପ୍ରଦୁଷଣ ସାର୍ଟିଫିକେଟ କୁ ବାଧ୍ୟତାମୂଳକ କରିଛନ୍ତି । ସେପଟେ ଦିପାବଳୀ ଅବସରରେ ବିନା ଲାଇସେନ୍ସରେ ବେଆଇନ୍ ଭାବେ ବାଣ ବିକ୍ରୀ ହେଉଛି , ଯେଉଁ ବାଣ ଗୁଡ଼ିକ ବାୟୁ ମଣ୍ଡଳକୁ ପ୍ରଦ୍ୟୁଷିତ କରିବ । ଖୋଲାଖୋଲି ଭାବେ ବେଆଇନ୍ ଭାବେ ବିନା ଲାଇସେନ୍ସରେ ବହୁ ବାଣ ଦୋକାନ ଖୋଲିଥିବାବେଳେ ପ୍ରଶାସନର ସେଥିପ୍ରତି ନଜର ନାହିଁ । କଟକ ଜିଲା ଅଧିନସ୍ଥ କିଶନନଗର ଥାନା ଅନ୍ତର୍ଗତ ମହମ୍ମଦପୁର ଠାରେ ବିଲହାଟ ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ସେଠାରେ ବିନା ଲାଇସେନ୍ସରେ ବେଆଇନଭାବେ ଦଶ ରୁ ଅଧିକ ବାଣ ଦୋକାନ ଖୋଲିଛନ୍ତି । ଏପରିକି ଇଲୋକଟ୍ରୋନିକ ଦୋକାନରେ ମଧ୍ୟ ବାଣ ବିକ୍ରି ହେଉଛି । ସ୍ଥାନୀୟ ମାହାଳହାଟ ପୋଲିସ୍ ଫାଣ୍ଡିରେ କୌଣସି ଅଧିକାରୀ ନଥିବାରୁ ସେମାନେ ନିଦ୍ୱର୍ନ୍ଦରେ ବାଣ ଦୋକାନ ଖୋଲିଛନ୍ତି । ତେବେ ପ୍ରତିବର୍ଷ ମଧ୍ୟ ଏହିପରି ବାଣ ଦୋକାନ ବିନା ଲାଇସେନ୍ସରେ ବେଆଇନଭାବେ ଖୋଲିଥାଏ । ସ୍ଥାନୀୟ ଫାଣ୍ଡି ପୋଲିସ୍ ଙ୍କ ଅଲିଖିତ ଅନୁମତି ନେଇ ସେମାନେ ବିନା ଲାଇସେନ୍ସରେ ବେଆଇନଭାବେ ବାଣ ଦୋକାନ ଖୋଲିଥାନ୍ତି ବୋଲି ଜଣେ ବାଣ ଦୋକାନୀ ଙ୍କ ଠାରୁ ସୂଚନା ମିଳିଛି । ଏଥିପ୍ରତି ପୋଲିସ୍ ବିଭାଗର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

 

 

ଇଲୋକଟ୍ରୋନିକ ଦୋକାନରେ  ବାଣ ବିକ୍ରି

Leave a Reply

Your email address will not be published. Required fields are marked *