Monday , September 25 2023
Breaking News
Home / କୃଷି / ବିକଳ୍ପ କୃଷି ପ୍ରଶିକ୍ଷଣ ଶିବିର

ବିକଳ୍ପ କୃଷି ପ୍ରଶିକ୍ଷଣ ଶିବିର

ମୁନିଗୁଡା,୨୬/୧୦/୨୦୧୯(ଓଡ଼ିଶା ସମାଚାର)- ମୁନିଗୁଡା ବ୍ଲକ ଅନ୍ତର୍ଗତ ଲଟାଗୁଡାରେ ପ୍ରୟୋଗ ତିଲଦାଙ୍କ ପରିଚାଳନା ଓ ଡବ୍ଲୁ୍ୟଏଚଏଚ ସହାୟତା କ୍ରମେ କନ୍ଧମାଳ ଓ ରାୟଗଡା ଜିଲାର ଅଗ୍ରଣୀ ଚାଷୀଙ୍କୁ ନେଇ ଦ୍ୱିଦିବସୀୟ ବିକଳ୍ପ କୃଷି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ୪୦ ଜଣ ମହିଳା ଓ ପୁରୁଷ ଚାଷୀଅଂଶ ଗ୍ରହଣ କରି ଆଂଚଳିକ ସ୍ତରରେ କୃଷିଜୀବୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ପ୍ରଶିକ୍ଷଣର ପର୍ତ୍ୟାଶା ବିଷୟରେ ଉପସ୍ଥାପନ କରିଥିଲେ । କନ୍ଧମାଳା ଜିଲା ସଂଯୋଜିକା ବିବିନିକା ପ୍ରଧାନ ଓ ରାୟଗଡା ଜିଲା ସଂଯୋଜକା ମମତା ପ୍ରଧାନୀଙ୍କ ସଂଯୋଜିତ ଉକ୍ତ କାର୍ଯ୍ୟକ୍ରମରେ ଝାଡଖଣ୍ଡ, ଛତିଶଗଡ ଓ ଓଡିଶା ଏକତା ପରିଷଦର ଆଂଚଳିକ ସଂଯୋଜକ ଭାରତ ଭୂଷଣ ଠାକୁର, ଶିକ୍ଷା ସନ୍ଧାନ ଜିଲା ସଂଯୋଜକ ଅନନ୍ତ ସାମନ୍ତ, ଅବସରପ୍ରାପ୍ତ କୃଷିଅଧିକାରୀ ଭୂବନମୋହନ ବାଇନ, ପୂର୍ବତନ ସ୍ୱତନ୍ତ୍ର ଜିଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୃକା, ଅବୈତନିକ ଜିଲା ବନ୍ୟପ୍ରାଣୀ ତତ୍ୱାବଧାରକ ଗୌରାଙ୍ଗଚରଣ ରାଉତ, ସୂଚନା ଅଧିକାରୀ କର୍ମୀ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ସମୁଳ ବ୍ୟକ୍ତି ଭାବେ ଯୋଗଦାନ କରିଥିଲେ । ପରିବର୍ତିତ ସ୍ଥିତିରେ ମୃତିକା, ଜଳ, ବାୟୁ, ପରିବେଶ ସର୍ବୋପରି ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ କିପରି ସଂଗଠିତ ଭାବେ ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିପାରିବେ ସେନେଇ ଆଲୋଚନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *