Wednesday , October 4 2023
Breaking News
Home / ବିଶେଷ / ବାଣ ବେପାର ଉପରେ କଟକଣା , ବେ-ଆଇନ୍ ଭାବରେ ବାଣ ବିକ୍ରୀ ଅଭିଯୋଗରେ ଦୁଇ ଅଟକ

ବାଣ ବେପାର ଉପରେ କଟକଣା , ବେ-ଆଇନ୍ ଭାବରେ ବାଣ ବିକ୍ରୀ ଅଭିଯୋଗରେ ଦୁଇ ଅଟକ

ଗରଦପୁର,୨୬/୧୦/୨୦୧୯(ଓଡ଼ିଶା ସମାଚାର)-ଚଳିତ ବର୍ଷ ବାଣ କାରବାର ଉପରେ ପୁଲିସ ପ୍ରଶାସନ ଓ ସାଧାରଣ ପ୍ରଶାସନ ପକ୍ଷରୁ କଡା ଆଭିମୂଖ୍ୟ ଗ୍ରହଣ କରାଯାଇଛି । ଝରି ବାଣ ଧପ୍ ଧପି,ଝୁରୁଝୁରା ଓ ଖଇ ବାଣ ପ୍ରଭୃତି ବାଣକୁ କ୍ରୟ ବିକ୍ରୟ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଥିବାବେଳେ, ବିଷ୍ଫୋରକ ବାଣ ଭାବରେ ଫୋଟକା ବାଣ,ହାବେଳୀ ବାଣ,ଗଡମା ବାଣ ଆଦି ବିକ୍ରୀ କରାଯିବା ପାଇଁ ଅନୁମତି ମିଳୁ ନାହିଁ । ଏଥି ସହିତ ବାଣ ବିକ୍ରୟ କରିବା ପାଇଁ ପ୍ରଶାସନିକ ଅନୁମତି ପ୍ରାପ୍ତ ବ୍ୟବସାୟୀମାନଙ୍କ ବ୍ୟତିତ ବଜାରରେ ବେ-ପରୁଆ ଭାବେର ଖୋଲା ଖୋଲି ବାଣ କ୍ରୟ ବିକ୍ରୟ ଉପରେ ପ୍ରଶାସନ ରୋକ୍ ଲଗାଇଛି । ଗତ ତିନିଦିନ କ୍ରମାଗତ ଲଗାଣ ବର୍ଷା ହୋଇଥିବା ବେଳେ, ଆଜି ପାଗରେ ପରିବର୍ତନ ହେବାରୁୁ ବଜାରରେ ବାଣ ବିକ୍ରୟ ପ୍ରତି ଲୋକମାନଙ୍କର ଉତ୍ସୁକତା ପ୍ରକାଶ ପାଇଛି । ହେଲେ ଗ୍ରହକମାନଙ୍କୁ ସେମାନଙ୍କ ଚାହିଦା ମୁତାବକ ବାଣ ମିଳୁ ନ ଥିବାରୁ ସେମାନେ ନିରୁତ୍ସାହିତ ହେଉଛନ୍ତି । ଅଂଚଳର ନୂଆପଡା, ଗରଦପୁର,ପାଟକୁରା ଆଦି ସ୍ଥାନମାନଙ୍କରେ ବାଣ କ୍ରୟ ବିକ୍ରୟ ଉତ୍ସାହ ଜନକ ଭାବରେ ଚାଲଛି । ବିନା ଲାଇସେନ୍ସରେ ବେ-ଆଇନ୍ ଭାବରେ ବାଣ ଦୋକାନ କରି ବିକ୍ରୟ କରୁଥିବା ଅଭିଯୋଗରେ ପାଟକୁରା ପୁଲିସ ଦୁଇ ଜଣ ବାଣ ବ୍ୟବସାୟୀଙ୍କୁ  ଥାନାରେ ଅଟକ ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *