Thursday , September 28 2023
Home / ବିଶେଷ / ପୋଖରୀରେ ବିଷ ପକାଇ  ଲକ୍ଷାଧିକ ଟଙ୍କାର ମାଛ ମାରିଦେଇଥିବା ଅଭିଯୋଗ

ପୋଖରୀରେ ବିଷ ପକାଇ  ଲକ୍ଷାଧିକ ଟଙ୍କାର ମାଛ ମାରିଦେଇଥିବା ଅଭିଯୋଗ

କେନ୍ଦା୍ରପଡା ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ପୋଖରିରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ଦେଇ ଥିବାର ନିକିରାଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଚଣ୍ଡି ମନ୍ଦିର ନିକଟରେ ଥିବା ଏକ ପେଖରୀକୁ ସେହି ଗ୍ରାମର ଶରତ ମଲ୍ଲିକ ନାମକ ବ୍ୟକ୍ତି ନିଲାମ ନେଇଥିଲେ । ସେହି ପୋଖରୀଟିକୁ ନିଲାମ ନେବା ପାଇଁ ଆଶା ରଖିଥିବା ସେହି ଗ୍ରାମର କିଛି ଖଳ ପ୍ରକୁତିର ଲୋକ ଗତ ଶକ୍ରବାର ରାତିରେ ସେହି ପୋଖରୀରେ  ବିଷ ପକାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି  ।  ଫଳରେ ପୋଖରୀରେ ଛଡା ଯାଇଥିବା ଲକ୍ଷାଧିକ ଟଙ୍କାର ମାଛ ମରି ଯାଇଛନ୍ତି । ଏ ସମ୍ପର୍କରେ  ଶରତ ନିକିରାଇ ଥାନାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗକୁ ଭିତି କରି ନିକିରାଇ ଥାନା  ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *