Wednesday , December 8 2021
Home / ବିଶେଷ / ପାରାଦ୍ୱୀପରେ ଏନଏସଜିର ସିକ୍ରେଟ ମକଡ୍ରିଲ

ପାରାଦ୍ୱୀପରେ ଏନଏସଜିର ସିକ୍ରେଟ ମକଡ୍ରିଲ

ପାରାଦ୍ୱୀପ ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଦେଶରେ ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ପର୍ଶକାତର ଶିଳ୍ପ ଓ ସରକାରୀ ଅନୁଷ୍ଠାନରେ ଏହାର ସୁରକ୍ଷା ପାଇଁ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ମକଡ୍ରିଲ ବା ଅଭ୍ୟାସ କରିଥାଏ । ଏହି ପରିପ୍ରେକ୍ଷୀରେ ପ୍ରଥମଥର ପାଇଁ ପ୍ରାୟ ୨୦୦ ଏନଏସଜି କମାଣ୍ଡୋ ପାରାଦ୍ୱୀପ ବନ୍ଦର ଓ ଆଇଓସିଏଲ୍ ତୈଳ ବିଶୋଧନାଗାର ଠାରେ ଏକ ୩ ଦିିନିଆ ଗୁପ୍ତ ବା ସିକ୍ରେଟ ଅଭ୍ୟାସ କୌଶଳ କରିଥିଲେ । ଏହି ମକଡ୍ରିଲ ଅକ୍ଟୋବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ଖବର ସାଧାରଣ ରେ ଓ ଗଣ ମାଧ୍ୟମ ଠାରୁ ଦୂରରେ ରଖାଯାଇଥିଲା । ଏଠାରେ ସୂଚନା ଥାଉକି, ରାଷ୍ଟ୍ରାୟତ ସମ୍ପତିକୁ ସୁରକ୍ଷା ଦେବା ଉଦ୍ଧେଶ୍ୟରେ ଏନଏସଜିର ଏହି ଅଭ୍ୟାସ କୌଶଳ କରିଥାଏ । ନିୟମ ଓ ନୈତିକତା ଦୃଷ୍ଟିରୁ ସରକାରୀ ସଂସ୍ଥା ଏହି କମାଣ୍ଡୋ ମାନଙ୍କର ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା କ୍ଷେତ୍ରରେ ସହଯୋଗ କରିଥାନ୍ତି । ତେବେ ପାରାଦ୍ୱୀପରେ ଅନୁଷ୍ଠିତ ଏହି ମକଡ୍ରିଲରେ ବନ୍ଦର ଓ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ସହଯୋଗ କରାଯାଇଥିବା ବେଳେ , ପାରାଦ୍ୱୀପ ରିଫାଇନେରୀ ପକ୍ଷରୁ ସେପରି ସହଯୋଗ ମିଳିନଥିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି କମାଣ୍ଡୋମାନେ ଦେଶର ସୁରକ୍ଷା ପାଇଁ ତିନିଦିନ ପ୍ରବଳ ଲଘୁଚାପ ବର୍ଷାରେ ଭିଜି ଏହି ଅଭ୍ୟାସ କରିଥିଲାବେଳେ, ତୈଳ ବିଶୋଧନାଗାରର ଅସହଯୋଗକୁ ସାଧାରଣରେ ନାପସନ୍ଦ କରାଯିବା ସହ ସଂପୃକ୍ତ ମନ୍ତ୍ରଣାଳୟକୁ ଏ ସମ୍ବନ୍ଧରେ ଅବଗତ କରାଇବା ପାଇଁ କିଛି ସଂଗଠନ ପ୍ରସ୍ତୁତି ଚଳାଇଥିବାର ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Leave a Reply

Your email address will not be published. Required fields are marked *