Monday , December 6 2021
Breaking News
Home / ବିଶେଷ / ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ସୁନାବେଡ଼ା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ସୁନାବେଡ଼ା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ହିନ୍ଦୁସ୍ଥାନ ଏରୋନଟେିକ୍ସ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଡିଗ୍ରୀ ଶେଷ ବର୍ଷ ଛାତ୍ରୀ ତଥା ସୁଷମା ଗୌଡ଼ ପ୍ରଥମ, ଅଳକା ଗୌଡ଼ ଦ୍ୱିତୀୟ ଓ ଶିବାନୀ ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଦୁର୍ନୀତି ବିଭାଗର ମେନେଜର ଉଦୟକୁମାର ରାଉଳ ଛାତ୍ରୀମାନଙ୍କୁ ସଫଳତା ବିଷୟରେ ସଚେତନତା କରିଥିଲେ । ଉକ୍ତ ବିଭାଗର ଅଧିକାରୀ ତଥା ତନ୍ମିର ଆଲାମ,ପି.ନଟରାଜ ଯୋଗ ଦେଇଥିଲେ । ଛାତ୍ରୀଙ୍କୁ ବକ୍ତୃତା ଶୈଳୀ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ଉଷାରାଣୀ ଦାସ ସଭା ପରିଚାଳନା କରିଥିଲେ । ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପକ ଶ୍ରୀମତୀ ବାସନ୍ତୀ ପଟ୍ଟନାୟକ, ଡ. ବାସୁଦେବ ସାହୁ, ଶ୍ରୀମତୀ ସରିତା ପରିଡା, ସୁଶ୍ରୀ ଶୁଭଶ୍ରୀ ପରିଡା ସଭାରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *