Wednesday , January 26 2022
Breaking News
Home / ବିଶେଷ / ଚାଇନା ବାଣ ବର୍ଜନ କରିବାକୁ ମହିଳାଙ୍କ ଆହ୍ୱାନ

ଚାଇନା ବାଣ ବର୍ଜନ କରିବାକୁ ମହିଳାଙ୍କ ଆହ୍ୱାନ

କେନ୍ଦ୍ରାପଡା ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଚାଇନା ବାଣ ବର୍ଜନ କରିବାକୁ ମହିଳାମାନେ ଅଂଟା ଭିଡିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଶନିବାର ମହିଳା ସଂଗଠନର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ଚାଇନା ବାଣ ବର୍ଜନ କରିବାକୁ ସଚେତନତା ସୃଷ୍ଟି କରିଥିଲେ । ପରିବେଶକୁ ମାତ୍ରାଧିକ ଦୂଷିତ କରୁଥିବା ଚାଇନା ବାଣକୁ ବର୍ଜନ କରିବା ସହିତ ଆତସବାଜିଠାରୁ ଦୂରେଇ ରହିବାକୁ ମହିଳା ଗୋଷ୍ଠୀର ମହିଳାମାନେ ଆହ୍ୱାନ ଦେଇଥିଲେ । ଦୀପାବଳୀ ଅବସରରେ ପାରମ୍ପରିକ ଭାବେ ବାଣଫୁଟା ଓ ଆତସବାଜି ପ୍ରଦର୍ଶନ କରାଯାଉଥିବାରୁ ଏହି ସୁଯୋଗରେ ଚାଇନାବାଣ ବ୍ୟବସାୟ ବୃଦ୍ଧି ପାଇଛି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବାସହ ବିଷାକ୍ତ ବାଣ ସଂପର୍କରେ ଆସି ସ୍ୱାସ୍ଥ୍ୟହାନୀ, ଧନହାନୀ ଓ ଜୀବନ ହାନୀର ଆଶଙ୍କା ଥିବାରୁ ଏଥିପ୍ରତି ସଚେତନ ରହିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଏହି ପରିପେକ୍ଷୀରେ ସହରସ୍ଥ ବଡହାଟ ପୁଣ୍ୟ ଉକ୍ରଳ ମହିଳା ମହାସଂଘ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରେ ଏକ ପ୍ରତିକ ପ୍ରତିବାଦ ଓ ସଚେତନତା କାର୍ଯ୍ୟକ୍ରମ ଶନିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ମହାସଂଘର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ବାଣ ବର୍ଜନ ପାଇଁ ଆହ୍ୱାନ ଦେଇଥିବାବେଳେ ଦୀପଜାଳି ଦୀପାବଳୀକୁ ପାଳନ କରିବାକୁ କହିଛନ୍ତି । ମହିଳା ମହାସଂଘ ସଭାନେତ୍ରୀ ଶଶ୍ମିତା ସାହୁ, ସଂପାଦିକା ଅନୁପମା ସାହୁ, କୋଷାଧ୍ୟକ୍ଷା ବ୍ରଜେଶ୍ୱରୀ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *